ହିନ୍ଦୀ ସିନେମାରେ ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ଛାପ ଛଡିଛନ୍ତି। ସେମିତି ଜଣେ ଅଭିନେତା ଥିଲେ ରାଜ କୁମାର। ଫିଲ୍ମରେ ତାଙ୍କ ସଂଳାପ କହିବା ଶୈଳୀ ଆଜିବି ଲୋକଙ୍କ ମନରେ ଉଜ୍ଜିବୀତ ଅଛି। ବ୍ୟକ୍ତିଗତ ଜୀବନରେ ସେ ଜଣେ ଖୋଲା ହୃଦୟର ବ୍ୟକ୍ତି ଥିଲେ। ଥରେ ତାଙ୍କ ବନ୍ଧୁତ ତଥା ନିର୍ଦ୍ଦେଶକ ରମାନନ୍ଦ ସାଗର ଏକ ଫିଲ୍ମ ପାଇଁ ରାଜ କୁମାରଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ ତାଙ୍କୁ ଏକ ଫିଲ୍ମ ଅଫର୍ ମଧ୍ୟ ଦେଇଥିଲେ। କିନ୍ତୁ ଫିଲ୍ମର କାହାଣୀ ଶୁଣି ରାଜ୍ କରିବାକୁ ମନା କରିଦେଇଥିଲେ। ସେତେବେଳେ ରାଜ ଏବଂ ରମାନନ୍ଦଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ଫିଲ୍ମ ‘ଆଖେଁ’ ଲିଡ୍ ରୋଲ ପାଇଁ ସେ ରାଜ୍ଙ୍କୁ କହିଥିଲେ। ଏଥିପାଇଁ ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ। ରାଜ୍ ସିଗାର୍ ପିଇ ସବୁକଥା ଶୁଣୁଥିଲେ। ରମାନନ୍ଦଙ୍କ ମଧ୍ୟ ଆଶ୍ୱସ୍ତ ଥିଲେ କି ରାଜ ତାଙ୍କ କଥାରେ ରାଜି ହୋଇଯିବେ। କିନ୍ତୁ ଓଲ୍ଟା ହୋଇଥିଲା। ସାଗରଙ୍କ କଥା ଶୁଣି ରାଜ୍ ତାଙ୍କୁ କୁକୁରକୁ ଡାକିଥିଲେ। ତାକୁ ପଚାରିଥିଲେ, ଜାନି, ତୋତେ କ’ଣ ଲାଗୁଛି ସାଗର ସାହେବଙ୍କ ପ୍ରସ୍ତାବ ଗ୍ରହଣ କରିବା ଉଚିତ୍ ହେବ। ଏହି ସମୟରେ କୁକୁର ପିଠି ହଲାଇ ଭୋକିଥିଲା। ସେତେବେଳେ ରାଜ୍ଙ୍କ ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସାଗର। କୁକୁର ଭୋକିବା ପରେ ରାଜ ସାଗରଙ୍କୁ କହିଥିଲେ, ମୋ କୁକୁରକୁ ଅଫର ଗ୍ରହଣ କଲା ନାହିଁ, ମୁଁ ହଁ କହିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ଶୁଣି ସାଗର ନିଜର ବହୁତ ଅପମାନିତ ବୋଧ କଲେ। ଆଉ ରାଜ୍ଙ୍କ ଘରୁ ଫେରି ଆସିଲେ। ଧର୍ମେନ୍ଦ୍ରଙ୍କୁ ସମମ୍ପୃକ୍ତ ଫିଲ୍ମ ପାଇଁ ସାଇନ୍ କରି ଶୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମ ସେତେବେଳେ ସୁପରହିଟ୍ ହୋଇଥିଲା।