ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୨ଟି ଲାଇଫ୍ ଚେଞ୍ଚିଙ୍ଗ ଇଭେଣ୍ଟ ହୋଇଛି। ଗୋଟିଏ ସେ ଯେତେବେଳେ ତାଙ୍କ ପିତାଙ୍କୁ ହରାଇଥିଲେ ଆଉ ଅନ୍ୟଟି ସେ ଯେତେବେଳେ ଜୀବନର ଏକ ନୂଆ ରାସ୍ତା ବାଛିଥିଲେ। ଅର୍ଥାତ୍ ରାଜନୀତି କ୍ୟାରିୟରରେ ସେ ଯେତେବେଳେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। କଂଗ୍ରେସ ଏବେ ଆଉ ପୂର୍ବଭଳି ନ ଥିବାରୁ ସେ କଂଗ୍ରେସ ଛାଡିଥିବା କହିଛନ୍ତି।