ମୋ ଜୀବନ ଶେଷ ହୋଇଗଲା: ରାକ୍ଷୀ

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ୍‌ ଜୋରରେ କାନ୍ଦିବା ସହ ଜୀବନ ଶେଷ ହୋଇଗଲା ବୋଲି କହୁଥିବା ଦେଖାଯାଇଛି। ହେଲେ ଏମିତି କହିବା ପଛରେ କିଛି କାରଣ ମଧ୍ୟ ରହିଛି। ନିକଟରେ ରାକ୍ଷୀ ତାଙ୍କର ଏକ ଆଇଟମ୍‌ ସଙ୍ଗର ପ୍ରମୋଶନରେ ଆସିବା ସମୟରେ ଏମିତି ଏକ ଡ୍ରେସ୍‌ ପିନ୍ଧିଥିଲେ ଯାହାକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ୟୁଜର ତାଙ୍କୁ ଟ୍ରୋଲ୍‌ କରିଥିଲେ। ଆଉ ଏହାପରେ ରାକ୍ଷୀ ଉକ୍ତ ଡ୍ରେସ୍‌ର ଡିଜାଇନରଙ୍କୁ ଏଥିପାଇଁ ଖୁବ୍‌ ଗାଳି କରିଥିଲେ। ଆଉ କହିଥିଲେ ମୁଁ ଆଦୌ ଜାଣି ନ ଥିଲି କି ମୋ ଉପରେ ଏତେ ଲାଇଟ୍‌ ପଡିବ ଆଉ ମୋ ଶରୀରର ଅଙ୍ଗ ବାହାରକୁ ଦେଖାଯିବ। ଏବେତ ମୋ ବିଷୟରେ ଲୋକେ ବେଶ୍‌ ଖରାପ କଥା କହୁଥିବା ମୁଁ ଜାଣିବାକୁ ପାଉଛି। ଏମିତିକି ମୁଁ ଯାହାଙ୍କୁ ବିବାହ କରିଛି ସେ ବି ମୋତେ ବିଶ୍ୱାସ କରୁ ନାହାଁନ୍ତି। ଲାଗୁଛି ସତେ ଯେମିତି ମୋ ଜୀବନ ଶେଷ ହୋଇ ଯାଇଛି। ଏମିତି କିଛି କଥା କହି ଏବେ ପୁଣି ଥରେ ଟ୍ରୋଲ୍‌ ହୋଇଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ।

Share