Categories: ଖେଳ

‘ମୋ ପୁଅ ଆଜି ଯାହା ବି ସଫଳତା ପାଇଛି, ତାହା କେବଳ ଧୋନୀଙ୍କ ପାଇଁ’

ଭାରତୀୟ ପେସ୍‌ ବୋଲର୍‌ ଦୀପକ ଚହର ବାଂଲାଦେଶ ବିପକ୍ଷରେ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପୁଅର ଏଭଳି ସଫଳତା ପରେ ତାଙ୍କ ପିତା ମଧ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଦୀପକ ନିଜ ପରିଶ୍ରମର ଫଳ ପାଇଛି ବୋଲି ଏକ ସାକ୍ଷାତକାରରେ ପିତା ଲୋକେନ୍ଦ୍ର ଚହର କହିଛନ୍ତି। ପୁଅ ସଫଳତା ପାଇବାର ସମସ୍ତ ଶ୍ରେୟ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଦେଇଛନ୍ତି। ଧୋନୀଙ୍କ ପ୍ରେରଣାରେ ପୁଅ ଆଜି ଉଚ୍ଚ ଶିଖରରେ ପହଞ୍ଚିପାରିଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ ଖୋଦ ଦୀପକ ଚହର ମଧ୍ୟ ଧୋନୀଙ୍କ ଯୋଗୁ ମୁଁ ଆଜି ଏହି ସଫଳତା ପାଇଛି ବୋଲି କହିଥିଲେ। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ମୋ ପାଇଁ ବେଶ ଲାଭଦାୟକ ଥିଲା। ଧୋନୀ ଭାଇଙ୍କ ଟିପ୍ସ ଆଜି କାମରେ ଆସିଲା ବୋଲି ସେ କହିଥିଲେ।

Share