Categories: ଖେଳ

ମୋ ପୁଅ କ୍ୟାରିୟର୍‌ ନଷ୍ଟ କରିଦେଇଛନ୍ତି ଧୋନୀ: ସଙ୍ଗୀନ ଅଭିଯୋଗ ଆଣିଲେ ଯୁବରାଜ ସିଂଙ୍କ ବାପା

ନୂଆଦିଲ୍ଲୀ,୪।୯:ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୁଣି ଥରେ ଏମଏସ ଧୋନୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜେ ଭାରତ ପାଇଁ ଖେଳିଥିବା ଯୋଗରାଜ ଧୋନୀଙ୍କୁ ସମାଲୋଚନା କରି ତାଙ୍କ ପୁଅ ଯୁବରାଜଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ଧୋନୀଙ୍କୁ ଜୀବନରେ କେବେ କ୍ଷମା କରିପାରିବି ନାହିଁ। ଯୋଗରାଜଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯୋଗରାଜ କହିଛନ୍ତି- ମୁଁ ଏମଏସ ଧୋନୀଙ୍କୁ କ୍ଷମା କରିବି ନାହିଁ। ସେ ଦର୍ପଣରେ ତାଙ୍କ ମୁହଁକୁ ଦେଖିବା ଉଚିତ୍‌। ଜୀବନରେ ମୁଁ ୨ ଜିନିଷକୁ କଦାପି କ୍ଷମା କରିପାରିବ ନାହିଁ – ପ୍ରଥମେ, ମୁଁ କାହାକୁ କ୍ଷମା କରି ନାହିଁ, ଯିଏ ମୋ ସହ ଅନ୍ୟାୟ କରିଛି ଏବଂ ଦ୍ୱିତୀୟରେ, ମୁଁ ମୋ ଜୀବନରେ ସେମାନଙ୍କୁ ଆଲିଙ୍ଗନ କରି ନାହିଁ, ଯେଉଁମାନେ ଖରାପ କାମ କରିଛନ୍ତି, ସେମାନେ ମୋର ପରିବାର ସଦସ୍ୟ ହୋଇଥାନ୍ତୁ ନା କାହିଁକି।
ଧୋନିଙ୍କ ବିରୋଧରେ ଯୋଗରାଜ ସିଂଙ୍କ ସବୁଠାରୁ ବଡ ଅଭିଯୋଗ ହେଉଛି ଯେ, ସେ ଉଦ୍ଦେଶ୍ୟମୂଳକ ଭାବେ ଯୁବରାଜଙ୍କ କ୍ୟାରିଅରରେ ହସ୍ତକ୍ଷେପ କରିଥିଲେ। ସେ କହିଛନ୍ତି,ଧୋନୀ ତାଙ୍କ ନିଷ୍ପତ୍ତି ସହିତ ଯୁବରାଜଙ୍କ କ୍ୟାରିଅରକୁ ଛୋଟ କରିଛନ୍ତି, ଯାହା ଭାରତୀୟ କ୍ରିକେଟ ପାଇଁ ଏକ ବଡ କ୍ଷତି। ଯଦି ଧୋନୀ ଏଥିରେ ହସ୍ତକ୍ଷେପ କରି ନ ଥାନ୍ତେ, ତେବେ ଯୁବରାଜ ଆହୁରି ୪-୫ ବର୍ଷ ଖେଳିଥାନ୍ତେ। ୨୦୧୧ ବିଶ୍ୱକପ ଫାଇନାଲରେ ଧୋନୀଙ୍କ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଯୁବରାଜଙ୍କ ଗୌରବର ମୁହୂର୍ତ୍ତକୁ ଛଡ଼ାଇ ନେବା ଭଳି ଥିଲା।
ଧୋନୀଙ୍କୁ ସମାଲୋଚନା କରି ସେ କହିଛନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବର୍ତ୍ତେ ସେ ପାର୍ଟିରେ ଯୋଗ ଦିଅନ୍ତି, ଯାହା ତାଙ୍କ ମୂଲ୍ୟବୋଧ ବିରୋଧ ଅଟେ। ଧୋନୀଙ୍କ ଏହି ଆଚରଣ ଜାତୀୟ ଆଇକନ ଭାବରେ ତାଙ୍କର କର୍ତ୍ତବ୍ୟ ସହିତ ମେଳ ଖାଉ ନାହିଁ।

Share