Categories: ଖେଳ

ମୋ ପୁଅ, ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ: ସଚିନ ତେନ୍ଦୁଲକର

ମୁମ୍ବାଇ,୨୯।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ନିଜ ପୁଅ, ଝିଅଙ୍କୁ ନେଇ ବେଶ୍‌ ସତର୍କ। ନିକଟରେ ପୁଅ ଅର୍ଜୁନ ଏବଂ ଝିଅ ସାରା ଫେକ୍‌ ଆକାଉଣ୍ଟକୁ ନେଇ ବେଶ୍‌ ଚିନ୍ତିତ ଅଛନ୍ତି ତେନ୍ଦୁଲକର। ଟୁଇଟରରେ ଅର୍ଜୁନଙ୍କ ନକଲି ଆକାଉଣ୍ଟ ଖୋଲି ବିଭିନ୍ନ ସଂସ୍ଥାନ ଏବଂ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ଆସିବା ପରେ ସଚିନ କହିଛନ୍ତି, ମୋ ପୁଅ ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ। ତେଣୁ ନକଲି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଟୁଇଟର ଇଣ୍ଡିଆକୁ ଅପିଲ କରିଛନ୍ତି।

Share