ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ ମାଛର ଚାହିଦା ମେଣ୍ଟାଇବାକୁ ନିର୍ଭରଶୀଳ ହେବାକୁ ପଡୁଛି ଓଡ଼ିଶାକୁ। ମାଛର ଆବଶ୍ୟକତା ପୂରଣ ପାଇଁ ରାଜ୍ୟରେ ଅଧିକ କିଭଳି ମସତ୍ୟଚାଷୀ ସୃଷ୍ଟି ହୋଇପାରିବେ ସେଥିପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ କିଛି ନ୍ୟସ୍ତସ୍ବାର୍ଥ କର୍ମଚାରୀ ଏବଂ କୁଜି ନେତାଙ୍କ ପାଇଁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ବାରେ ବାଧା ଉପୁଜିଛି।
ବୁଗୁଡ଼ା ବ୍ଲକ ପାଙ୍ଗିଡ଼ିର ଜଣେ ମସତ୍ୟଚାଷୀ ଦଣ୍ଡପାଣି ଦୋରା ନିଜସ୍ବ ଅର୍ଥରେ ଛୋଟିଆ ୨ଟି ପୋଖରୀ ଖୋଳିଛନ୍ତି। ୨୦ ବର୍ଷ ପୂର୍ବେ ନିଜ ବାରିପଟେ ଛୋଟିଆ ପୋଖରୀଟିଏ କରି ମାଛ ଚାଷ ଆରମ୍ଭ କରିଥିଲେ। ଏହାପରେ ଲାଭ ହେବାରୁ ୪ ବର୍ଷ ପୂର୍ବେ ଏକର ଜମିର ଅଳ୍ପ କିଛି ଅଞ୍ଚଳରେ ନିଜସ୍ବ ଅର୍ଥରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ସରକାର ମୋ ପୋଖରୀ ଯୋଜନାରେ ଦଣ୍ଡପାଣିଙ୍କୁ ସହାୟତା ଯୋଗାଇ ଦେଇଥିଲେ ତାଙ୍କର ସ୍ବପ୍ନ ସାକାର ହୋଇପାରିଥାନ୍ତା ଓ ଅଧିକ ଲାଭବାନ ହୋଇପାରିଥାନ୍ତେ। ଏନେଇ ବିଗତ ଦିନରେ କିଛି ନେତାଙ୍କ ସହଯୋଗ ଲୋଡ଼ିଥିଲେ ଦଣ୍ଡପାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଦଣ୍ଡପାଣିଙ୍କୁ ମୋ ପୋଖରୀ ଯୋଜନାରେ ସାମିଲ କରାଯାଇ ପାରିନାହିଁ। ଶୁକ୍ରବାର ଦଣ୍ଡପାଣି ଭଞ୍ଜନଗର ମସତ୍ୟ ଯାଅଁାଳ ଉପତ୍ାଦନ କେନ୍ଦ୍ରକୁ ଯାଅଁାଳ ନେବାକୁ ଆସିଥିବାବେଳେ ତାହା କହିଛନ୍ତି। ପ୍ରତ୍ୟେକ ବର୍ଷ ଯାଅଁାଳ ଉପତ୍ାଦନ ସମୟରେ ଦଣ୍ଡପାଣି ସାଇକେଲରେ ପାଙ୍ଗିଡ଼ିରୁ ଆସି ଭଞ୍ଜନଗର ଯାଅଁାଳ କେନ୍ଦ୍ରରୁ ଯାଅଁାଳ ନେଇଥାନ୍ତି। ବୟସ ୮୦ ଟପିଥିଲେ ମଧ୍ୟ ସେ ସାଇକେଲରେ ଏପରି ଯାଅଁାଳ ଧରି ଭଞ୍ଜନଗରରୁ ୩୫ କିମି ଦୁର ପାଙ୍ଗିଡ଼ି ଯାଇଥାନ୍ତି। ଦଣ୍ଡପାଣିଙ୍କ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ଆଗରେ ବୟସ ବାଧକ ସାଜିପାରିନାହିଁ। ତେଣୁ ଦଣ୍ଡପାଣିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାକୁ ଦାବି ହୋଇଛି।