ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଏହି ସମୟରେ ଜଣେ ପୂର୍ବତନ ମଡେଲ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମଡେଲ ଷ୍ଟେସି ୱିଲିୟମ୍ସ ଅଭିଯୋଗ କରିଛନ୍ତି,୧୯୯୦ ଦଶକ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ଟ୍ରମ୍ପ ଟାୱାର ଅସଦାଚରଣ କରିଥିଲେ।

ଏକ ସାକ୍ଷାତକାରରେ ଷ୍ଟେସି ୱିଲିୟମ୍ସ ଏହି ଘଟଣା ବିଷୟରେ ସର୍ବସାଧାରଣରେ କହିଛନ୍ତି। ସେ କହିଛନ୍ତି, ସେ ଜେଫ୍ରି ଏପଷ୍ଟାଇନଙ୍କ ମାଧ୍ୟମରେ ଟ୍ରମ୍ପଙ୍କୁ ଭେଟିଥିଲେ। ୧୯୯୩ରେ ଟ୍ରମ୍ପଙ୍କୁ ଭେଟିବା ପାଇଁ ଏପଷ୍ଟାଇନ ତାଙ୍କୁ ନେଇଥିଲେ। ସେ ସେତେବେଳେ ୨୦ ବର୍ଷ ବୟସରେ ଥିଲେ ଏବଂ ଏପଷ୍ଟାଇନଙ୍କୁ ଡେଟ କରୁଥିଲେ। ଟ୍ରମ୍ପ ଟାୱାରରେ ପହଞ୍ଚିବା ପରେ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ସ୍ପର୍ଶ କରି ସ୍ବାଗତ କରିଥିଲେ। ଟ୍ରମ୍ପ ସେହି ସମୟରେ ମୋ ଅଛୁଆଁ ସ୍ଥାନକୁ ମଧ୍ୟ ସ୍ପର୍ଶ କରିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୋ ସହିତ କ’ଣ ଘଟୁଛି ମୁଁ ବୁଝିପାରିଲି ନାହିଁ। ସେତେବେଳେ ଟ୍ରମ୍ପ ଏବଂ ଏପଷ୍ଟାଇନ ପରସ୍ପର ସହ କଥାବାର୍ତ୍ତା ହେଉଥିବାବେଳେ ଟ୍ରମ୍ପଙ୍କ ହାତ ମୋ ଉପରେ ଥିଲା। ମୁଁ ବୋଧହୁଏ ସେହି ସମୟରେ ହସିବାକୁ ଚେଷ୍ଟା କରୁଥିଲି। କିନ୍ତୁ ଏହା ମୋ ପାଇଁ ବହୁତ ଖରାପ ଅନୁଭୂତି ଥିଲା। ଏହା ମୋ ଜୀବନର ସବୁଠାରୁ ଅଜବ ମୁହୂର୍ତ୍ତ ଥିଲା।

ଏଥି ସହିତ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର କମିଟି ଏପରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ସେ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ମୁଖପାତ୍ର କାରୋଲାଇନ ଲେଭିଟ କହିଛନ୍ତି, ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ପାଇଁ କମଲା ହାରିସଙ୍କ ଦଳ ଏହି ଦାବିଗୁଡିକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

କମଲା ହାରିସଙ୍କୁ ପ୍ରଶଂସା କଲେ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞଙ୍କ ସମର୍ଥନ ମିଳିଛି।...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସଙ୍କୁ ଲାଗିଲା ବଡ ଝଟ୍‌କା, ବାଜି ମାରିଲେ ଟ୍ରମ୍ଫ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଭୋଟ ପାଇଁ ମାତ୍ର ଦୁଇ ସପ୍ତାହ ବାକି ଅଛି। ଆମେରିକାର ଉଭୟ ଦଳ ନିର୍ବାଚନରେ ଜିତିବାକୁ...

ପଦ ଛାଡିବେ କାନାଡା ପ୍ରଧାନମନ୍ତ୍ରୀ! ବଡ଼ ଘୋଷଣା କରିଦେଲେ ଟ୍ରୁଡୋ, ଜାଣନ୍ତୁ କ’ଣ କହିଲେ…

ଓଟାଓ୍ବା,୨୫।୧୦: କାନାଡା ସାଂସଦମାନେ କାନାଡାର ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଅଛନ୍ତି। ସେମାନେ କ୍ରମାଗତ ଭାବରେ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱାସ...

ବାଂଲାଦେଶ ମୁହାଁ ବାତ୍ୟା! ‘ଦାନା’କୁ ନେଇ ଚେତାବନୀ ଜାରି କଲା ବାଂଲାଦେଶ

ଢାକା,୨୪।୧୦: ବାତ୍ୟା ‘ଦାନା’ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଥିବା ନେଇ ବାଂଲାଦେଶ ଏକ ସତର୍କ ସୂଚନା ଜାରି କରିଛି। ବାଂଲାଦେଶ ପାଣିପାଗ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri