ନୂଆଦିଲ୍ଲୀ,୨୩।୮: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି କି ତାଙ୍କ ବ୍ୟକ୍ତବ୍ୟକୁ ଭୁଲ୍ ଅର୍ଥରେ ପ୍ରଚାର ପ୍ରସାର ନ କରାଯାଉ। ଆଉ ଏହାକୁ ନେଇ କେହି ଭୟଭୀତ ମଧ୍ୟ ନ ହୁଅନ୍ତୁ। କାରଣ ସରକାର ଦେଶର ଅର୍ଥନୀତିକୁ ନେଇ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ତେଣୁ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ନିଜେ ଭୟଭୀତ ହେବା ସହ ଅନ୍ୟମାନଙ୍କୁ ଭୟଭୀତ କରାନ୍ତୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାଜୀବ କୁମାର ଦେଶର ଅର୍ଥନୀତିକୁ ନେଇ ଏକ ବଡ ବୟାନ ଦେଇଥିଲେ। ସେ କହିଥିଲେ କି ଦେଶର ଅର୍ଥନୀତି ଏତେ ଖରାପ ହୋଇଛି ଯେ ଗତ ୭୦ ବର୍ଷ ଭିତରେ ଏମିତି ପରିସ୍ଥିତି ହୋଇ ନ ଥିଲା। ଆଉ ଏବେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ଏହାକୁ ନେଇ ରାଜୀବ ଅଡୁଆରେ ପଡି ଯାଇଥିବା ଆଲୋଚନା ହେଉଛି।