ମୋ ବସ୍‌ ଷ୍ଟାଣ୍ଡ୍‌ ଏବେ ପରିବା ଦୋକାନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ଭୁବନେଶ୍ୱରର ପ୍ରାୟ ସମସ୍ତ ମୋ ବସ୍‌ ଷ୍ଟାଣ୍ଡ୍‌କୁ ପରିବା ଦୋକାନ ଭାବେ ବ୍ୟବହାର କରାଯାଇଛି। ଭୁବନେଶ୍ୱରରେ ଥିବା ପରିବା ଦେକାନୀମାନଙ୍କୁ ବିଭିନ୍ନ ବସ୍‌ ଷ୍ଟାଣ୍ଡ୍‌ରେ ଥଇଥାନ କରିବା ସହ ସାମାଜିକ ଦୂରତ୍ୱ କିପରି ବଜାୟ ରଖି ଲୋକମାନେ ପରିବା କିଣିବେ ସେଥିପ୍ରତି ଧ୍ୟାନ ରଖିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ମୋ ବସ୍‌ ଓ ଷ୍ଟାଣ୍ଡ୍‌ର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ନିଜ ଟୁଇଟର ହ୍ୟାଣ୍ଡେଲରେ କହିଛି ଯେ, ମୋ ବସ୍‌ ଏବେ ଲୋକଙ୍କୁ ସେବା ଯୋଗାଇ ପାରୁନି। ଏପରି ସମୟରେ ମୋ ବସ୍‌ ଷ୍ଟାଣ୍ଡ୍‌ରୁ ଲୋକେ ପରିବା କିଣିବାର ସୁଯୋଗ ପାଉଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି ବୋଲି କ୍ରୁଟ୍‌ କହିଛି।

Share