‘ମୋ ଭୋଟ୍‌ ମୋ ଅଧିକାର’ ଆଲୋଚନାଚକ୍ର

ବାଲେଶ୍ୱର ଅଫିସ, ୨୬।୪-ସମଗ୍ର ଦେଶରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ-୨୦୧୯ ଚାଲୁଅଛି| ଓଡ଼ିଶାରେ ୩ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆସନ୍ତା ୨୯ତାରିଖରେ ବାଲେଶ୍ୱର ସମେତ କେତେକ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏକ ସୁନ୍ଦର ତଥା ସ୍ବଚ୍ଛ ଭାରତ ନିର୍ମାଣ ପାଇଁ ନିଜେ ମତଦାନ କରିବା ସହିତ ଅନ୍ୟମାନଙ୍କୁ ମତଦାନ ପୂର୍ବକ ସଠିକ୍‌ ପ୍ରାର୍ଥୀ ଚୟନ କରିବା ଉଦ୍ଦେଶ୍ୟରେ ଜ୍ଞାନଶ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କୁମାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ‘ମୋ ଭୋଟ୍‌ ମୋ ଅଧିକାର’ ଶୀର୍ଷକ ଆଲୋଚନାଚକ୍ର କୁରୁଡ଼ାସ୍ଥିତ ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ା

ଆଲୋଚନାଚକ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ, ବଣଧୂଳିର ଫୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ବିଜୟ କୁମାର ଆଚାର୍ଯ୍ୟ, ଜ୍ଞାନଶ୍ରୀର ସମ୍ପାଦକ ପ୍ରଶାନ୍ତ କୁମାର ପଟେଲ, କାର୍ଯ୍ୟକାରୀ ସଦସ୍ୟ ସନ୍ଦୀପ ପ୍ରଧାନ, ସଦସ୍ୟ ଭବାନୀ ଶଙ୍କର ନାୟକ ପ୍ରମୁଖ ଯୋଗଦେଇ ମତଦାନର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାର୍ଥୀମାନଙ୍କ ଦ୍ୱାରା କୌଣସି ପ୍ରଲୋଭନର ଶିକାର ନ ହୋଇ ଅନ୍ୟମାନଙ୍କୁ ମତଦାନ କରିବା ତଥା ସଠିକ୍‌ ପ୍ରାର୍ଥୀ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଆଲୋଚନାଚକ୍ରକୁ ସଙ୍ଗଠନର ଉପଦେଷ୍ଟା କବି ଜଳଧର ପଣ୍ଡା ସଂଯୋଜନା କରିଥିଲେ। ସଦସ୍ୟ ରାଜୀବ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୁମାରୀର ସଦସ୍ୟା ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। ସଦସ୍ୟା ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, କବିତା  ଜେନା, ମୀନତି ଦାସ, ମଧୁସ୍ମିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।