ମୋ’ ସରକାର ଅଧୀନକୁ ଯିବ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ୱର,୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମୋ’ ସରକାର ଯୋଜନା ଅଧୀନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯିବ। ଫେବୃୟାରୀ ପହିଲାରୁ ଏହି ବିଭାଗ ସାମିଲ ହେବ ବୋଲି ଜଣାପଡ଼ିଛି। ବୁଧବାର ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ତେବେ ଏହାପରେ ଯେଉଁ ଗ୍ରାମକୁ ରାସ୍ତା ନ ଥିବ, ରାସ୍ତା ସଂଯୋଗୀକରଣ କରାଯିବ। ଏପରିକି କିଛି ରାସ୍ତା ପ୍ଲାନ୍‌ର ପୁଣି ସଂଶୋଧନ କରାଯିବ। ସରକାରୀ ଗଣନାନୁଯାୟୀ ଏଯାବତ୍‌ ୪୩୦୦ ଗ୍ରାମକୁ ରାସ୍ତା ନାହିଁ। ଏହି ସଂଖ୍ୟା ବଢ଼ିପାରେ ବୋଲି ସଚିବ କହିଛନ୍ତି।

Share