Categories: କନ୍ଧମାଳ

ମୋ ସରକାର କକ୍ଷ ଉଦ୍‌ଘାଟିତ

ଜି.ଉଦୟଗିରି,୨୧ା୧୨(ଡି.ଏନ.ଏ.)-ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବୁଧବାର ମୋ ସରକାର କକ୍ଷ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ୟବସାୟିକ ଅନୁମତି ପତ୍ର, ପାନୀୟ ଜଳ ସମସ୍ୟା ସମେତ କାର୍ଯ୍ୟାଳୟରୁ ଠିକ୍‌ ସେବା ପାଉଛନ୍ତି କି ନାହିଁ ଏହି ପ୍ରକୋଷ୍ଠରେ ଜଣାଇପାରିବେ। ମୋ ସରକାର ସେଲ ପାଇଁ ୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସତ୍ୟ ପ୍ରକାଶ ମହାପାତ୍ର କନିଷ୍ଠ ସହାୟକ, କମ୍ବୁପାଣି ପାଣିଗ୍ରାହୀ ଆବାସ ଯୋଜନା ସଂଯୋଜକ, ରାଜେନ୍ଦ୍ର ନାଥ ସାହୁ ଓ ନିରଞ୍ଜନ ସାହୁ ଟ୍ୟାକ୍ସ କଲେକ୍ଟର ଓ ବିରାଜ ପ୍ରଧାନ ପିଅନ ଏହି କକ୍ଷ ଦାୟିତ୍ୱରେ ଅଛନ୍ତି। ସେମାନେ ଲୋକଙ୍କୁ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସଚେତନ କରାଇବେ ବୋଲି ଏନ୍‌ଏସି ଅଧିକାରୀ କହିଛନ୍ତି।