‘ମୋ ସରକାର’ କାର୍ଯ୍ୟକ୍ରମକୁ ଅପରାଜିତାଙ୍କ କଟାକ୍ଷ: କହିଲେ ‘୨୦ ବର୍ଷ ପରେ ସରକାରଙ୍କ ୫-ଟି କଥା ମନେ ପଡ଼ିଲା’

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସଚିବମାନେ ବିଭିନ୍ନ ଜିଲାକୁ ଗସ୍ତ କରୁଛନ୍ତି। ଲୋକମାନଙ୍କୁ ଠିକ୍‌ ଭାବେ ସରକାରୀ ସେବା ମିଳୁଛି କି ନାହିଁ ସେମାନେ ତା’ର ତଦାରଖ କରୁଛନ୍ତି। ବିିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଉଥିବା ବେଳେ ମଙ୍ଗଳବାର ଏହାକୁ ନେଇ କଟାକ୍ଷ କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଦୀର୍ଘ ୨୦ ବର୍ଷ ଶାସନ ପରେ ସରକାରଙ୍କ ୫-ଟି କଥା ମନେ ପଡ଼ିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଡାକ୍ତରଖାନା, ସ୍କୁଲ କାମ ଆଦି ତଦାରଖ କରିବା ସରକାର ଏବଂ ଅଫିସରଙ୍କ ଦାୟିତ୍ୱ। ଏଥିରେ କିଛି ବଡ଼ କଥା ନାହିଁ। ମୁଁ ବି ସଚିବ ଥିଲି। ଲୋକଙ୍କ କଥା ବୁଝିବା ସଚିବଙ୍କ କାମ। ଏଥିସହ କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ ଶଯ୍ୟା ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Share