‘ମୋ ସାଇକେଲ’କୁ ବର୍ଷେ ପୂରିଲା

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):‘ମୋ ସାଇକେଲ’ ସେବାକୁ ବର୍ଷେ ପୂରିଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ମଙ୍ଗଳବାର କ୍ରୁଟ କାର୍ଯ୍ୟାଳୟରୁ ରୋଟାରୀ ଭବନ ଯାଏ ଏକ ସାଇକ୍ଲୋଥନ୍‌ କରାଯିବା ସହ ୬ଜଣ ମୋ ସାଇକେଲ ଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି କେତେଜଣ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ମୋ ସାଇକେଲକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସାଇକ୍ଲୋଥନ୍‌ ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ଆଇପିଏସ୍‌ ସଞ୍ଜୀବ ପଣ୍ଡା, ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Share