Posted inଜାତୀୟ

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ ଓ ଅନ୍ୟ ୭ ଜଣଙ୍କ ମୃତଦେହ ଜବତ ହୋଇଥିବାବେଳେ ଆଉ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ପୂର୍ବ ରାତି ୮ଟା ୩୦ରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତା ତଥା ବର୍ଶାଲ ଗ୍ରାମର ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ହତ୍ୟା କରାଯିବା ପରେ ଏହି ଘଟଣା ଘଟିଥିବାରୁ ରାଜନୀତି ସରଗରମ ହୋଇଥିଲା। ପରେ ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ଯାଇଥିଲା। ସିବିଆଇ ତଦନ୍ତ କରି କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଗଣହତ୍ୟାର ଅଭିଯୁକ୍ତ ଲଲନ ଶେଖ୍‌ ଅନ୍ୟତମ। ସୋମବାର ଲଲନଙ୍କ ମୃତଦେହ ସିବିଆଇ କ୍ୟାମ୍ପ ଅଫିସର ଓ୍ବାଶ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ରାମପୁରହାଟ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। କିନ୍ତୁ ଲଲନଙ୍କ ସମ୍ପର୍କୀୟମାନେ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ସେମାନେ ତାଙ୍କ ମୃତଦେହକୁ ତଦନ୍ତକାରୀ ସଂସ୍ଥାର କ୍ୟାମ୍ପ୍‌ ଅଫିସକୁ ନେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ଅଫିସରେ ମୁତୟନ ସୁରକ୍ଷା କର୍ମୀଙ୍କ ସହ ବିବାଦ ହୋଇଥିଲା। ଲଲନଙ୍କ ସ୍ତ୍ରୀ ରେଶମା ବିବି କହିଥିଲେ, ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ସିବିଆଇ ଅଫିସରମାନେ ଦାୟୀ। ସେମାନଙ୍କୁ ଦଣ୍ଡ ଦିଆଯାଉ। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସ୍ବାମୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିବୁ ନାହିଁ। ଏପରି କି ଲଲନଙ୍କ ମୃତ୍ୟୁ ପରେ ତାଙ୍କୁ କାହିଁକି ଦେଖିବାକୁ ଦିଆଗଲା ନାହିଁ? ଏଥିରେ ନିଶ୍ଚିତ ଭାବେ କିଛି ରହସ୍ୟ ରହିଛି ବୋଲି ରେଶମା ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ, ସ୍ବାମୀଙ୍କ ବିରାଧରେ ଥିବା ମାମଲା ଚପାଇଦେବା ପାଇଁ ସିବିଆଇ ଅଧିକାରୀମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ରେଶମା କହିଛନ୍ତି।

ଅନ୍ୟପକ୍ଷେ ୧୦ ଜଣଙ୍କୁ ହତ୍ୟା କରିଥିବା ଲଲନ ନିଜେ ଆମତ୍ହତ୍ୟା କରିଥିବା ପୋଲିସ କହିଛି। ଇତିମଧ୍ୟରେ ସିବିଆଇ ହାଜତରେ ଲଲନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ରାଜ୍ୟର କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟ (ସିଆଇଡି) ନେଇଛି। ଅନ୍ୟପକ୍ଷେ ହାଜତ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ଡିଆଇଜି ଏବଂ ଜଣେ ଏସ୍‌ପି ଅଛନ୍ତି। ଉକ୍ତ ଏଫ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ସିବିଆଇ କାଲ୍‌କାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମିକା, ପରେ ନିଜକୁ ଗୁଳି ମାରି ଟଳିପଡ଼ିଲେ ପ୍ରେମିକ; ଖେଳିଗଲା ଚାଞ୍ଚଲ୍ୟ

ପାଟନା,୨୮।୩: ବିହାରର ପାଟନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି...

ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ସେବା ଦେୟ ଦାବି କରିପାରିବ ନାହିଁ

ନୂଆଦିଲ୍ଲୀ,୨୮ା୩(ପି.ଟି.):ଖାଦ୍ୟ ବିଲ୍‌ ଉପରେ ସେବା ଦେୟ ପୈଠ କରିବା ସ୍ବେଚ୍ଛାକୃତ। ଗ୍ରାହକଙ୍କ ଉପରେ ରେଷ୍ଟୁରାଣ୍ଟ ଏହି ଦେୟ ଜବରଦସ୍ତ ଲାଗୁ କରିପାରିବ ନାହିଁ ବୋଲି ଦିଲ୍ଲୀ...

ଅନଶନ ଭାଙ୍ଗିଲେ କୃଷକ ନେତା ଡାଲଓ୍ବୋଲ

ନୂଆଦିଲ୍ଲୀ,୨୮ା୩: କୃଷକମାନଙ୍କ ବିଭିନ୍ନ ଦାବି ନେଇ ୧୨୩ ଦିନ ହେଲା ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲ ଶୁକ୍ରବାର ସକାଳେ ପାଣି ପିଇ...

କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ

ଚେନ୍ନାଇ,୨୮ା୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଥଟ୍ଟା କରି ବିବାଦର ସମ୍ମୁଖୀନ ହୋଇଥିବା ଷ୍ଟାଣ୍ଡିଂ କମେଡିଆନ୍‌ କୁନାଲ କାମ୍‌ରାଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଆଗୁଆ ଅନ୍ତରୀଣ...

ଯାହାଙ୍କ ସାକ୍ଷ୍ୟ ଯୋଗୁ ଚାଲିଯାଇଥିଲା ଇନ୍ଦିରା ଗାନ୍ଧୀଙ୍କ ପଦ, ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣଙ୍କ ପରଲୋକ 

ଲକ୍ଷ୍ନୌ,୨୮।୩: ଦେଶର ସବୁଠାରୁ ପ୍ରତିଷ୍ଠିତ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଭିଆଇପି ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କର...

Bengaluru Suitcase Murder: ପତ୍ନୀଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ସୁଟକେସରେ ରଖି ଶାଶୁ-ଶ୍ୱଶୁରଙ୍କୁ କରିଥିଲେ ଫୋନ୍‌, ଏବେ ପୋଲିସ ଖୋଲିଲା…

ବେଙ୍ଗାଲୁରୁ,୨୮।୩: ବେଙ୍ଗାଲୁରୁରେ ଏକ ସୁଟକେସରୁ ମିଳିଥିବା ୩୨ ବର୍ଷୀୟା ମହିଳାଙ୍କ ସ୍ବାମୀଙ୍କୁ ମୁଖ୍ୟ ସନ୍ଦିଗ୍ଧ ବୋଲି ବିବେଚନା କରି ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ...

Featured Video Play Icon

DA Hike: ମୋଦି ସରକାରଙ୍କ ବଡ଼ ଘୋଷଣା, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA)ରେ ୨ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ସରକାର...

ପଡ଼ୋଶୀ ଦେଶରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ଭାରତର ୪ ରାଜ୍ୟ

ନୂଆଦିଲ୍ଲୀ,୨୮।୩: ଭାରତର ପଡ଼ୋଶୀ ଦେଶ ମ୍ୟାନମାରରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ଝଟକା ଦେଶର ଅନେକ ରାଜ୍ୟରେ ଅନୁଭୂତ ହୋଇଛି। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image