ମୌକାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ: ତହସିଲଦାର ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ମରାମତି ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ବନ୍ୟା ସୁରକ୍ଷା ବନ୍ଧରୁ ନଦୀର ମଧ୍ୟ ଭାଗକୁ କରାଯାଇଛି। ଏହି ରାସ୍ତାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ ମାଫିଆମାନେ। ଏହାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହୋଇଥିବା ଜଣାପଡିଛି। ବିଶେଷକରି ବିଳମ୍ବିତ ରାତି ଓ ଉତ୍ତମ ରାସ୍ତାର ସୁଯୋଗରେ ବାଲି ମାଫିଆମାନେ ଏଭଳି ଲାଭ ହାସଲ କରିବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣା ଦିଗରେ ଆନନ୍ଦପୁର ତହସିଲଦାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।