Advertisement

ମୌସୁମୀର ମଜା ନେବା ପୂର୍ବରୁ ଜାଣନ୍ତୁ, ଏହା ଜନିତ ସ୍ବାସ୍ଥ୍ୟ ସମସ୍ୟା: ଏଥିରୁ ବଞ୍ଚତ୍ବାର ୫ଟି ଉପାୟ

ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ ପେଟ ସମସ୍ୟା, ପାଚନତନ୍ତ୍ର ସମସ୍ୟା ଦେଖାଯାଇଥାଏ। ମୌସୁମୀ ବର୍ଷାର ମଜା ନେବା ପୂର୍ବରୁ ଏହାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଉପାୟ ସମ୍ପର୍କରେ…

ଏହି ସମୟରେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ଯେହେତୁ ଏହି ଦିନଗୁଡିକରେ ପାଚନତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ, ତେଣୁ ହାଲୁକା ଖାଇବା ଉଚିତ ହୋଇଥାଏ। ବେସନ ଓ ମଇଦାରେ ପ୍ରସ୍ତୁତ ଖାଦ୍ୟ କମ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।

ଏହି ଦିନଗୁଡ଼ିକରେ ରୋଗ ପ୍ରତିରୋଧକ ଶକ୍ତି ଯେତେ ବଢ଼ିବ, ଏହିସବୁ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କଠାରୁ ସେତିକି ଦୂରେଇ ରହିବ। ତେଣୁ ବର୍ଷା ଦିନରେ ପ୍ରତିଦିନ ଖାଦ୍ୟରେ ଅଦା, ପିଆଜ, ହଳଦୀ ଓ ମିଠା ଖାଆନ୍ତୁ; ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିପାରିବ।

ହାଇ-ଫାଇବର ଖାଦ୍ୟ ଶରୀରକୁ ଏହି ଦିନରେ ଅଧିକ ଆବଶ୍ୟକ ହୋଇଥାଏ। ତେଣୁ ଆପଣ ଫଳ ଖାଇପାରିବେ।

ଗ୍ୟାସ ସମସ୍ୟା ମଧ୍ୟ ଏହି ଦିନରେ ଅଧିକ ଦେଖାଯାଇଥାଏ। ତେଣୁ ବାହାରେ ପତ୍ରରେ ମିଳୁଥିବା ଖାଦ୍ୟଠାରୁ ନିଶ୍ଚେ ଦୂରେଇ ରୁହନ୍ତୁ।

ଏହା ସହିତ ଥଣ୍ଡା ଜ୍ୱର, ଡାଏରିଆ ମଧ୍ୟ ହୋଇଥାଏ। ତେଣୁ ଫୁଟାପାଣି ପିଇବା ଭଲ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share