Categories: ଜାତୀୟ

ମୌସୁମୀ ଆସିବା ପରେ ମଧ୍ୟ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ରହିଛି ଘୋର ଜଳ ସଙ୍କଟ

ନୂଆଦିଲ୍ଲୀ,୧୦।୬: ପ୍ରାୟ ୨ ଦିନ ହେବ ମୌସୁମୀ କେରଳ ଛୁଇଁଥିବା ବେଳେ ଏହାର ପ୍ରଭାବରେ କେରଳ ଓ ଏହାର ଆଖପାଖ ରାଜ୍ୟରେ ବର୍ଷା ହୋଇଛି। ହେଲେ ଏବେବି ଭାରତର ପ୍ରାଖାପାଖି ୪୦ ପ୍ରତିଶତ ଅଂଶ ଘୋର ଜଳ ସଙ୍କଠ ଦେଇ ଗତି କରୁଛି। ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଦେଶରେ ମଧ୍ୟ ଜଳ ସଙ୍କଟ ବଢିବାରେ ଲାଗିଛି। ଜଳ ସଙ୍କଟ ଭୋଗୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ କର୍ନାଟକ। ଏହା ସହ ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଜଳ ସଙ୍କଟ ଦେଖା ଦେଇଛି। ଏଠାକାର ସହର ଗୁଡିକରେ ଦିନକୁ ଦିନ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ଏକ ରିପୋର୍ଟରୁ ଜଣାପଡିଛି କି ବିଶ୍ୱରେ ପ୍ରାୟ ୪ଶହ କୋଟି ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ମିଳି ପାରୁନାହିଁ। ସେଥିମଧ୍ୟରୁ ୨୫ ପ୍ରତିଶତ ହେଉଛି ଭାରତରେ। ଭାରତରେ ପାଖାପାଖି ୧୧୭୦ ମିଲି ମିଟର ହିସାବାରେ ବର୍ଷା ହେଉଥିବା ବେଳେ ସେଥିରୁ ଆମେ ମାତ୍ର ୬ ପ୍ରତିଶତ ପାଣିକୁ ସୁରକ୍ଷିତ ଭାବେ ରଖି ପାରୁଛୁ।

Share