ମୌସୁମୀ ଆସିଲେ ବଢିବ କରୋନା ସଂକ୍ରମଣ!

ନୂଆଦିଲ୍ଲୀ,୧୩।୬: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରି ଯାଇଥିବା ବେଳେ ଆଗାମୀ ଦିନକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଅନ୍ୟପଟେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ କେରଳ ପହଞ୍ଚିଥିବା ବେଳେ ଏବେ ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷାର ସମ୍ଭାନା ରହିଥିବା କହିଛି ପାଣିପାଗ ବିଭାଗ। ନିକଟରେ ମିଳିଥିବା ଏକ ରିପୋର୍ଟରୁ ଜଣାପଡିଛି କି ମୌସୁମୀ ଆସିଲେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ। ଆଇଆଇଟି ମୁମ୍ବଇର ଏକ ରିପୋର୍ଟ ଅନୁଯାୟୀ, ହ୍ୟୁମୁଡିଟି ବା ଆର୍ଦ୍ରତା ବୃଦ୍ଧି ପାଇଲେ କରୋନା ଭାଇରସ ଅଧିକ ସମୟ ପର୍ଯ୍ୟନ୍ତ ପରିବେଶରେ ବଞ୍ଚି ରହିପାରେ। ଅନ୍ୟପଟେ ଖରାଦିନେ ହେଉଥିବା ଥଣ୍ଡା ସର୍ଦ୍ଦି ଭଲ ହେବାକୁ କମ୍‌ ସମୟ ଲାଗୁଥିବା ବେଳେ ବର୍ଷାଦିନେ ହେଉଥିବା ଥଣ୍ଡା ସର୍ଦ୍ଦି ଭଲ ହେବାକୁ ଅଧିକ ସମୟ ଲାଗିଥାଏ। ତେଣୁ ଏହାକୁ ନେଇ ବିଶେଷଜ୍ଞମାନେ କହୁଛନ୍ତି କି ମୌସୁମୀ ଆସିଲେ କରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନା ଅଧିକ ରହିଛି। ଏହାସହ ମୁମ୍ବାଇ, କୋଲକତା, ଗୋଆ ଭଳି ସହର ପାଇଁ ଏହା ବିପଦ ହୋଇପାରେ।

Share