Categories: ଜାତୀୟ

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ ନିଖୋଜ ହୋଇଛନ୍ତି। ବନ୍ୟା ଯୋଗୁ ୨୨ ରାଜ୍ୟର ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ଏହା ପଛକୁ ରହିଛି ପଶ୍ଚିମବଙ୍ଗ। ଉକ୍ତ ରାଜ୍ୟରେ ବର୍ଷା,ବନ୍ୟା ଓ ଭୂସ୍ଖଳନରେ ୨୨୭ ଜଣଙ୍କ ଜୀବନ ଯାଇଛି। ସେହିପରି ବର୍ଷା, ବନ୍ୟାରେ ପାଖାପାଖି ୨୦ ହଜାର ପ୍ରାଣୀଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି। ୨.୨୩ ଲକ୍ଷ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲାବେଳେ ୨.୦୬ ଲକ୍ଷ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୪.୦୯ ହେକ୍ଟର ଜମିରୁ ଫସଲ ନଷ୍ଟ ହୋଇଛି।
ପରେ ଚଳିତବର୍ଷ ସର୍ବାଧିକ ମୌସୁମୀ ବୃଷ୍ଟିପାତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ୨୨ଟି ଲେଖାଏ ଜିଲା ବନ୍ୟା ପ୍ରଭାବିତ ହୋଇଥିଲେ। ବିହାରରେ ଚଳିତ ମାସ ପର୍ଯ୍ୟନ୍ତ ବନ୍ୟା ଲାଗି ରହିଥିଲାବେଳେ ମୃତ୍ୟୁସଂଖ୍ୟା ୧୬୬ରେ ପହଞ୍ଚତ୍ଛି। ସେଠାରେ ୧.୯୬ ଲକ୍ଷ ଲୋକ ୨୮୨ଟି ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ସେହିପରି ମଧ୍ୟପ୍ରଦେଶ ବନ୍ୟାରେ ୧୮୯ ଜଣଙ୍କ ଜୀବନ ଯିବା ସହ ୩୯ ଆହତ ଓ ୭ ନିଖୋଜ ହୋଇଥିଲେ। ସେଠାରେ ୩୨,୯୯୬ ଜଣ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ। କେରଳରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ୧୮୧ ଜଣଙ୍କ ମୃତ୍ୟୁ ହେବା ସହ ୭୨ ଆହତ ଓ ୧୫ ନିଖୋଜ ହୋଇଥିଲେ। ସେହିପରି ଗୁଜରାଟର ୨୨ ଜିଲା ବର୍ଷା ଓ ବନ୍ୟା ପ୍ରଭାବିତ ହୋଇଥିଲାବେଳେ ୧୯୨ଜଣଙ୍କ ପ୍ରାଣହାନି ଘଟିଥିଲା ।
କର୍ନାଟକ ବନ୍ୟାରେ ୧୬ ଜିଲା କ୍ଷତିଗ୍ରସ୍ତ ହୋଇଥିଲା। ସେଠାରେ ୨୮୫ ଜଣଙ୍କ ଜୀବନ ଯିବା ସହ ୪୯ ଆହତ ଓ ୬ ଜଣ ନିଖୋଜ ହୋଇଥିଲେ।

Share