Categories: ଖେଳ

ମ୍ୟାକ୍ସଓ୍ବେଲ, ମାର୍ଶ ଅଷ୍ଟ୍ରେଲିଆ ଦଳକୁ ଫେରିଲେ

ମେଲବୋର୍ନ, ୪।୨ (ଏପି)- ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ଲାଗି ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି। ମାର୍ଶ ଶେଷଥର ପାଇଁ ସେପ୍ଟେମ୍ବରରେ ଆଶେସ୍‌ ସିରିଜ ଖେଳିଥିଲେ, ଯାହା ତାଙ୍କର ଜାତୀୟ ଦଳ ପକ୍ଷରୁ ଅନ୍ତିମ ମ୍ୟାଚ୍‌ ଥିଲା। ସେହିଭଳି ୨୦୧୮ ଜାନୁୟାରୀ ଓ ଅକ୍ଟୋବରେ ଯଥାକ୍ରମେ ସେ ତାଙ୍କର ଅନ୍ତିମ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଅପରପକ୍ଷରେ ମାକ୍ସଓ୍ବେଲ ମାନସିକ ସ୍ବାସ୍ଥ୍ୟଜନିତ କାରଣ ଲାଗି ଗତ ଅକ୍ଟୋବରେ ନିଜଆଡ଼ୁ କ୍ରିକେଟ୍‌ରୁ ସାମୟିକ ବିରତି ନେଇଥିଲେ। ତେବେ ମଙ୍ଗଳବାର ବିଗ୍‌ ବାସ୍‌ ଲିଗ୍‌ ଡୋମେଷ୍ଟିକ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିବା ମାର୍କସ ଷ୍ଟୋଇନିସଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଉଭୟ ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ମିଳିନାହିଁ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ମ୍ୟାଚ୍‌ ଫେବୃୟାରୀ ୨୧, ୨୩ ଓ ୨୬ରେ ଖେଳାଯିବ। ସେହିଭଳି ଫେବୃୟାରୀ ୨୯, ମାର୍ଚ୍ଚ ୪ ଓ ୭ରେ ଯଥାକ୍ରମେ ୩ଟି ଯାକ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦିନିକିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଆଷ୍ଟନ ଅଗର, ଜୋଶ୍‌ ହାଜେଲଉଡ୍‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡଶନ, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବାଡେ, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।
ଅଷ୍ଟ୍ରେଲିଆ ଟି୨୦ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ସିନ୍‌ ଆବଟ୍ଟ, ଆଷ୍ଟନ ଅଗର, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ଝେ ରିଚାର୍ଡଶନ, କେନ୍‌ ରିଚାର୍ଡଶନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବାଡେ, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।

Share