Categories: ବାଣିଜ୍ୟ

ମ୍ୟାକ୍ସ ପକ୍ଷରୁ ଲିଟିଲ ଆଇକନ୍‌ ୨୦୧୯

ଭୁବନେଶ୍ୱର,୨-୬: ପ୍ରମୁଖ ଫ୍ୟାଶନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାଶନ ପକ୍ଷରୁ ଲିଟିଲ ଆଇକନ୍‌ ୨୦୧୯ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା ସହ ରଜ ଲୋଗୋକୁ ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ୩୦ ଜଣ ଏନ୍‌ଜିଓ ବାଳକଙ୍କ ଦ୍ୱାରା ମ୍ୟାକ୍ସ ଫେଷ୍ଟିଭ କଲେକ୍ସନର ବଜାର ପ୍ରବେଶ କରାଯାଇଛି। ମ୍ୟାକ୍ସ ଲିଟିଲ ଆଇକନର ଫିନାଲେରେ ଆଦ୍ୟାଶା ପି.ବେହେରା, ଦିଦ୍ୟାଶୀଂ ମିଶ୍ର ଏବଂ ହୃଷିକେଶ ପଟ୍ଟନାୟକ ଯଥାକ୍ରମେ ଗୀତ, ନାଚ ଏକ ଡ୍ରଇଁରେ ଟାଇଟଲ ବିଜୟୀ ହୋଇଥିଲେ। କଣ୍ଠଶୀଳ୍ପି ଜାଞ୍ଜସେନୀ, ଫାଇନ ଆର୍ଟସ କଳାକାର ନରୋତ୍ତମ ଦାଶ ଏବଂ କୋରିଓଗ୍ରାଫର ସ୍ବାଗତିକା ରଥ ବିଚାରକ ଭାବେ ରହିଥିଲେ। ଫ୍ୟାକ୍ସର ଏହି କାର୍ଯ୍ୟକ୍ରମ ପିଲାଙ୍କର ପ୍ରତିଭା ପ୍ରଦର୍ଶନର ଏକ ପ୍ଲାଟଫର୍ମ ବୋଲି ଏଭିପି ରାଜୀବ ମୁଖାର୍ଜୀ କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ଶିଶୁଙ୍କ ଆତ୍ମବିଶ୍ୱାସ ଦୃଢ କରୁଥିବା ସ୍ବାଗତିକା ରଖ କହିଛନ୍ତି। ଏଥି ସହ ଫ୍ୟାକ୍ସ ରଜ ଅଫର ଆରମ୍ଭ କରିଥିବା ସୂଚନା ରହିଛି।

Share