Categories: ଖେଳ

ମ୍ୟାକ୍‌କୁଲମ କେକେଆର ମୁଖ୍ୟ କୋଚ୍‌

ମୁମ୍ବାଇ,୧୫।୮(ପିଟି)- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ମୁଖ୍ୟ କୋଚ୍‌ ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ନିଯୁକ୍ତ କରିଛି। ତାଙ୍କୁ କେବଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପରବର୍ତ୍ତୀ ସିଜନ ଲାଗି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସେ କେକେଆର ଦଳ ସହ ଜଡ଼ିତ ଥିଲେ। ୨୦୦୮ରୁ ୧୦ ଓ ୨୦୧୨-୧୩ ସିଜନରେ ଏହି ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ। ୨୦୧୨ ଆଇପିଏଲ ଚାମ୍ପିୟନ ଦଳର ସେ ସଦସ୍ୟ ଥିଲେ। କେକେଆର ଦଳର ଦାୟିତ୍ୱ ନେବା ମୋ ପାଇଁ ସମ୍ମାନ। କେକେଆର ଦଳ ଆଇପିଏଲ ଓ ସିପିଏଲରେ ଏକ ଆଇକନିକ ଫ୍ରାଞ୍ଚାଇଜ ହୋଇ ରହିଛି। ଉଭୟ ଦଳର ସଫଳତା ଦିଗରେ କାର୍ଯ୍ୟ କରିବି ବୋଲି ମ୍ୟାକ୍‌କୁଲମ କହିଛନ୍ତି।

Share