ମ୍ୟାଙ୍ଗୋ ଲଡୁ

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ ରସ ଅଧା କପ୍‌, ଡ୍ରାଏ ଫ୍ରୁଟ୍‌ସ ଅଧା କପ୍‌, ନଡିଆ କୋରା ଦେଢ କପ୍‌, ଗୁଜୁରାତି ପାଉଡର ଏକ ଚାମଚ, କ୍ଷୀର ଅଧା କପ୍‌।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଫ୍ରାଇଁ ପ୍ୟାନ୍‌ରେ ଏକ କପ୍‌ ନଡିଆ କୋରା ନେଇ ହାଲକା ବ୍ରାଉନ ରଙ୍ଗ ହେବା ପର୍ଯନ୍ତ ଭାଜନ୍ତୁ।
ଏବେ ଆମ୍ବ ରସକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ । ସେଥିରେ କ୍ଷୀର, ଡ୍ରାଏ ଫ୍ରୁଟ୍‌ସ ଏବଂ ଗୁଜୁରାତି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଫ୍ରାଇଁ ପ୍ୟାନ୍‌ରେ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଧ୍ୟାନ ରଖିବେ ଯେପରି ଏହାର ତଳ ପ୍ୟାନ୍‌ରେ ଲାଗି ନ ଯାଏ। ଏହା ସାମାନ୍ୟ ଅଠାଳିଆ ହୋଇଗଲେ ଚୁଲା ବନ୍ଦ କରିଦିଅନ୍ତୁ। ଏହାକୁ ଅଳ୍ପ ଥଣ୍ଡା କରିବା ପରେ ଧୀରେ ଧୀରେ ଦୁଇ ହାତରେ ଗୋଲ ଗୋଲ କରି ଲଡୁ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହୋଇଗଲା ମ୍ୟାଙ୍ଗୋ ଲଡୁ। ଏହାକୁ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଅନ୍ତୁ।