Categories: ଖେଳ

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍‌ ଓପନର୍‌ ଏଭିନ୍‌ ଲୁଇସ୍‌ଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇଥିଲା। ଏହାସତ୍ତ୍ୱେ ହାତରେ କଳା ବ୍ୟାଜ୍‌ ଲଗାଇ ପଡିଆକୁ ଓହ୍ଲାଇଥିଲେ ଲୁଇସ୍‌। ଏହି ମ୍ୟାଚ୍‌ରେ ସେ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ଖେଳିଥିଲେ। ସେ ୨୯ଟି ବଲରୁ ୪୩ କରି ଆଉଟ୍‌ ହୋଇଥିଲେ। ଏହି ପାଳିରେ ସେ ୫ଟି ଚୌକା ଏବଂ ୩ଟି ଛକା ଲଗାଇଥିଲେ।

Share