Categories: ଖେଳ

ମ୍ୟାଚ୍‌ ଖେଳିବାବେଳେ ଚିୟର୍‌ଲିଡର୍ସଙ୍କୁ ପ୍ରେମ କରିବସିଥିଲେ ଏହି ଖେଳାଳି

ଭାରତ ଗସ୍ତରେ ଆସିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ। ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜକୁ ବରାବର କରିଛି। ଏବେ ଟେଷ୍ଟ ସିରିଜ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ ଚଳାଇଛନ୍ତି। ଡିକକ୍‌ ଜଣେ ଭଲ ଅଧିନାୟକ ସାଙ୍ଗକୁ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍‌ ମଧ୍ୟ। କିନ୍ତୁ ଜାଣନ୍ତି ପଡିଆରେ ମ୍ୟାଚ୍‌ ଖେଳୁଥିବାବେଳେ ଜଣେ ଚିୟରଲିଡର୍ସଙ୍କ ପ୍ରେମରେ ପଡିଥିଲେ। ଏକ ଟି-୨୦ ମ୍ୟାଚ୍‌ରେ ସେ ଜବରଦସ୍ତ ପାଳି ଖେଳିଥିଲେ। ମ୍ୟାଚ୍‌ ପରେ ଡ୍ୟାନ୍ସ କରୁଥିବା ଚିୟରଲିଡର୍ସ ଶାଶା ହର୍ଲେଙ୍କ ସହ ହାତ ମିଳାଇଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ। ବହୁ କଷ୍ଟରେ ଶାଶା ଏବଂ ଡିକକ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share