Categories: ଖେଳ

ମ୍ୟାଚ୍‌ ପୂର୍ବରୁ ଦେଶ ଛାଡି ପାକିସ୍ତାନ ପଳାଇଲେ ଏହି କ୍ରିକେଟର

ଆବୁଧାବି,୨୩।୧୦: ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦଳର ୪ ଖେଳାଳିଙ୍କ ଉପରେ କଟକଣା ଲାଗିବା ପରେ ଏବେ ୟୁଏଇ ଦଳକୁ ପୁଣି ଏକ ଝଟକା ଲାଗିଛି। ଦଳର ଉଇକେଟକିପର ଗୁଲାମ ସବର କେବଳ ନିଜ ଦଳ ନୁହେଁ, ଦେଶ ଛାଡି ପାକିସ୍ତାନ ପଳାଇଛନ୍ତି। ଏପର୍ଯ୍ୟନ୍ତ ସେ ଦେଶ ଛାଡିବାର କାରଣ ଜଣାପଡିନାହିଁ। ଆବୁଧାବିରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍‌ ମ୍ୟାଚ୍‌ ଖେଳୁଥିଲେ ଗୁଲାମ। ଶେଷଥର ପାଇଁ ତାଙ୍କୁ ରବିବାର ଦେଖିବାକୁ ମିଳିଥିଲା। ହଂକଂ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୋମବାର ସକାଳେ ଟିମ୍‌ ମିଟିଂରେ ସାମିଲ ହେବାର ଥିଲା। କିନ୍ତୁ ସେ ସେଠାରେ ପହଞ୍ଚି ନ ଥିଲେ। ସାଥୀ ଖେଳାଳି ଏବଂ ଷ୍ଟାଫ ବହୁ ଖୋଜାଖୋଜି ପରେ ତାଙ୍କ ପରିବାର ସହ ସମ୍ପର୍କ କରିବା ପରେ ସେ ପାକିସ୍ତାନ ଚାଲିଯାଇଥିବା ଜଣାପଡିଥିଲା।

Share