Categories: ଜାତୀୟ

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ଆସିବା ପରେ ଭାଚପା ଏଥର ମ୍ୟାଜିକ୍‌ ନମ୍ବର ୨୭୨କୁ ଟପିଯାଇଛି। ଗତଥର ଅପେକ୍ଷା ଅଧିକ ୬ଟି ଆସନ ଜିତିଛି ଭାଜପା। କଂଗ୍ରେସ ଫଳାଫଳ ନିରାଶାଜନକ ଥିଲେ ମଧ୍ୟ ଗତଥର ଅପେକ୍ଷା ଅଧିକ ୬ ଆସନ ସହ ୫୦ଟି ଆସନ ହାସଲ କରିଛି। ସୂଚନାଯୋଗ୍ୟ, ଲୋକସଭାରେ ମୋଟ ୫୪୫ ଆସନ ମଧ୍ୟରୁ ଭୋଟ ହୋଇଥିବା ୫୪୨ ସିଟ ଲାଗି ମ୍ୟାଜିକ ନମ୍ବର ରହିଛି ୨୭୨।

Share