ମ୍ୟାଜିକ୍‌ ନମ୍ବର ଛୁଇଁ ଆଗକୁ ବଢ଼ିଲା ଏଏପି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫୬ ଆସନରେ ଆଗେଇଛି। ସେହିପରି ଭାଜପା ପ୍ରାର୍ଥୀ ୧୪ଟି ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସର ଅବସ୍ଥା ଗତ ବିଧାନସଭା ନିର୍ବାଚନ ଭଳି ହୋଇଛି। ଦଳ ଆଗେଇଥିବା ଆସନରେ ପୁଣି ପଛୁଆ ରହିଛି। ଏଏପି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୩୬କୁ ଛୁଇଁ ଆଗକୁ ବଢ଼ିବାରେ ଲାଗିଛି। ଏପରି ହେଲେ ଦଳ ଦିଲ୍ଲୀରେ ପୁଣିଥରେ କ୍ଷମତା ଦଖଲ କରିବାକୁ ସକ୍ଷମ ହେବ।

Share