Categories: ଜାତୀୟ

ମ୍ୟାନମାରର ସନ୍ଦିଗ୍ଧ ଜାହାଜକୁ ଧରିଲା ରାଜବୀର

ପୋର୍ଟ ବ୍ଲେୟାର,୨୨।୯: ମ୍ୟାନମାରର ଏକ ସନ୍ଦିଗ୍ଧ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଜବୀର କାର ନିକୋବର ଦ୍ୱୀପ ନିକଟରେ ଧରିଥିବା ସୂଚନା ମିଳିଛି। ଏହି ଜାହାଜରୁ କିଛି ପ୍ୟାକେଟ ମିଳିଥିବା ବେଳେ ପୋର୍ଟ ବ୍ଲେୟାରରେ ନାରକୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ଏହାର ଯାଞ୍ଚ କରୁଥିବା ସୂଚନା ମିଳୁଛି। ଭାରତୀୟ ତଟରକ୍ଷୀ ବାହିନୀର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ୬ ଚାଳକ ଦଳଙ୍କ ସହ ପ୍ରାୟ୧୧୬୦ କିଲୋଗ୍ରାମର ଅବକାରୀ ଜିନିଷ ସହ ଜାହାଜଟିକୁ ଧରିବାରେ ସକ୍ଷମ ହୋଇଛି ରାଜବୀର।

Share