ମୁମ୍ବାଇ,୧୧।୭: ଗୁରଗାଓଁର ଆମ୍ବେଦକର ନଗରରେ ବୁଧବାର ରାତିରେ ଜଣେ ୩ ବର୍ଷର ଶିଶୁ ରାସ୍ତାକଡ଼ରେ ଥିବା ମ୍ୟାନହୋଲ୍ରେ ଖସି ପଡିଥିବା ପୋଲିସ ସୂଚନା ଦେଇଛି। ବୁଧବାର ରାତି ପ୍ରାୟ ୧୦ଟା ୨୪ରେ ଘର ବାହାରକୁ ଚାଲିଯିବା ବେଳେ ସେଠାରେ ଥିବା ମ୍ୟାନହୋଲ୍ରେ ଶିଶୁଟି ଖସି ପଡିଥିଲା। ତେବେ ପରିବାର ଲୋକେ ପ୍ରଥମେ ଏ ବିଷୟରେ ଜାଣି ପାରି ନ ଥିଲେ। ପରେ ନିକଟରେ ଲାଗିଥିବା ସିସିଟିଭି ଦେଖିବା ପରେ ଶିଶୁଟି ମ୍ୟାନହୋଲ୍ରେ ଖସି ପଡିଥିବା ଜଣାପଡିଥିଲା। ଏହାପରେ ଅଗ୍ନିଶମ ବାହିନୀ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଗୁରୁବାର ସକାଳ ସୁଦ୍ଧା ଶିଶୁଟିର କୌଣସି ସନ୍ଧାନ ମିଳି ନାହିଁ । ଏଥିପାଇଁ ଲୋକେ ବମ୍ବେ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି)କୁ ଦାୟୀ କରିଛନ୍ତି। ବର୍ଷା ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ରାସ୍ତାକଡ଼ରେ ଥିବା ନାଳକୁ କାହିଁକି ବିଏମ୍ସି ପକ୍ଷରୁ ପୋତା ଯାଇ ନ ଥିଲା ବୋଲି ଅଭିଯୋଗ ହୋଇଛି।