ମ୍ୟାନ୍‌ମାରରେ ଭୂସ୍ଖଳନ: ୩୪ ମୃତ

ୟାଙ୍ଗନ୍‌,୧୧ା୮(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରର ଏକ ସହରରେ ଭୂସ୍ଖଳନ ହେବାରୁ ୩୪ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଘର ମାଟିତଳେ ପୋତିହୋଇପଡିଛି। ବନ୍ୟା ପ୍ରଭାବରେ ମୋନ୍‌ ରାଜ୍ୟ ଅନ୍ତର୍ଗତ ପାଉଙ୍ଗ୍‌ ସହରରେ ଶୁକ୍ରବାର ଭୂସ୍ଖଳନ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଜଣେ ୭୦ ବର୍ଷୀୟ ବୃଦ୍ଧା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୩ ଜଣ ସମ୍ପର୍କୀୟଙ୍କୁ ହରାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଭଳି ଭୂସ୍ଖଳନ ସେ ପୂର୍ବରୁ କେବେ ଦେଖି ନ ଥିବା କହିଛନ୍ତି। ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ବହୁ ଲୋକ ବେଘର ହୋଇଛନ୍ତି।

Share