ମ୍ୟାନ୍‌ମାର୍‌ ବିରୋଧରେ ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କଲେ ସୁକି

ଦି ହ୍ୟୁଗ୍‌,୧୧।୧୨: ନୋବେଲ ପୁରସ୍କାର ବିଜେତା ଅଙ୍ଗ ସାନ୍‌ ସୁକି ମ୍ୟାନ୍‌ମାର୍‌ ବିରୋଧରେ ହୋଇଥିବା ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନେଦରଲାଣ୍ଡର ଦି ହ୍ୟୁଗ୍‌ ଠାରେ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌କୁ ସମ୍ବୋଧନ କରି ସେ ଏପରି କହିଛନ୍ତି। ମ୍ୟାନମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ସୈନ୍ୟ ବାହିନୀ ଅତ୍ୟାଚାର କରି ନ ଥିବା ସେ କହିଛନ୍ତି। ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି ହୋଇଥିବା ସୁକି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ବାହିନୀରେ କାର୍ଯ୍ୟ କରୁଥିବା କିଛି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ସେମାନଙ୍କର ବିଚାର ଜାରି ରହିଥିବା ସୁକି କହିଛନ୍ତି।

Share