ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ ପ୍ରଥମେ ଶୁଣିବାକୁ ମିଳିଥିଲା କି ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ଅବଶ୍ୟ ଏହାକୁ ନେଇ ବିୟର ସ୍ପଷ୍ଟିକରଣ ଦେଇଥିଲେ। ଏବେ କିନ୍ତୁ ରଜନୀକାନ୍ତଙ୍କ ଏହି ଶୁଟିଂକୁ ବିରୋଧ କରି ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏହି ଶୁଟିଂ ବାନ୍ଦିପୁର ଟାଇଗର ରିଜର୍ଭ ପାର୍କରେ କରାଯାଇଥିଲା। ଏହାଦ୍ୱାରା ସେଠାରେ ଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଶୁଟିଂ ସମୟରେ ଯେଉଁ କ୍ରିୟୁ ମେମ୍ବରର୍ସ ସେଠାରେ ଉପସ୍ଥିତ ଥିଲେ ତା’ଦ୍ୱାରା ବନ୍ୟଜନ୍ତୁ ତ ଭୟ କରିବେ ଏହାସହ ଜଙ୍ଗଲରେ ଯଦି କୌଣସି କାରଣରୁ ନିଆଁ ଲାଗିଯାଏ ତେବେ ଏହାକୁ ଆୟତ୍ତ କରିବା ମୁସ୍କିଲ ହେବ ବୋଲି କୁହାଯାଇଛି। ଏହି ଅଭିଯୋଗରେ ରଜନୀକାନ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ଭାବେ ରଜନୀକାନ୍ତ ମ୍ୟାନ ଭର୍ସେସ ଓ୍ବାଲ୍ଡର ଶୁଟିଂ କରିଥିଲେ।

Share