ମ୍ୟୁଜିକାଲ ଫିଲ୍ମ ‘୯୯ ସଙ୍ଗସ୍‌’ର ଟ୍ରେଲର ରିଲିଜ

ସଂଗୀତ ମାଧ୍ୟମରେ ସାରା ବିଶ୍ୱକୁ ଦିଓ୍ବାନା କରିଥିବା ସଂଗୀତକାର ଏ.ଆର୍‌ ରହମାନଙ୍କ ସିନେମା ‘୯୯ ସଙ୍ଗ୍‌ସ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଏକ ମ୍ୟୁଜିକାଲ ରୋମାଣ୍ଟିକ୍‌ ସିନେମା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱେଶ କ୍ରିଷ୍ଣାମୂର୍ତ୍ତି। ଏଥିରେ ଇହାନ ଭଟ୍ଟ ଓ ଏଡଲ୍‌ସି ଭର୍ଗେସି ପ୍ରମୁଖ ଚରିତ୍ରରେ ରହିଛନ୍ତି। ‘୯୯ ସଙ୍ଗ୍‌ସ’ ଫିଲ୍ମ ମାଧ୍ୟମରେ ଏହି ଦୁଇ କଳାକାର ଡେବ୍ୟୁ କରିଛନ୍ତି। ଅନ୍ୟ ପ୍ରମୁଖ କଳାକାର ଚରିତ୍ରରେ ରହିଛନ୍ତି ରାହୁଲ ରାମ, ତେନେଜିନ ଦହ୍ଲା, ରଞ୍ଜିତ ବରୋଟ, ମନିଷା କୋଇରାଲା ଏବଂ ଲିଜା ରେ। ଏହି ଫିଲ୍ମ ମାଧ୍ୟମରେ ରହମାନ ଲେଖକ ଏବଂ ନିର୍ମାତା କ୍ଷେତ୍ରରେ ହାତ ଦେଇଛନ୍ତି।

Share