ମ୍ୟୁଜିକ୍‌ ଥେରାପି

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ ସଙ୍ଗୀତ। ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହ ମାନସିକତା ସକାରାତ୍ମକ ରହିଥାଏ। କେତେକ ରୋଗର ଯନ୍ତ୍ରଣା ଲାଘବ ପାଇଁ ସଙ୍ଗୀତର ସାହାଯ୍ୟ ନିଆଯାଇପାରେ। ଏପରି ବିଷୟବସ୍ତକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ରୋଗୀମାନଙ୍କୁ ପ୍ରତିଦିନ କିଛି ସମୟ ମ୍ୟୁଜିକ ଶୁଣିବାକୁ ଦିଆଯାଇଥିଲା। ନିୟମିତ ସମୟ ବ୍ୟବଧାନରେ ଏହାର ସେମାନଙ୍କ ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏପରି ପ୍ରଣାଳୀ ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ରୋଗୀ ଯନ୍ତ୍ରଣାରୁ ଉପଶମ ଲାଭ କରୁଥିବା ଜଣାପଡ଼ିଥିଲା। ଏହାକୁ ‘ମ୍ୟୁଜିକ ଥେରାପି’ ଭାବରେ ନାମିତ କରାଯାଇଛି। ହେଲେ ରୋଗୀର ଅବସ୍ଥା ଦେଖି ଏବଂ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବିଶଦ ଭାବରେ ଆଲୋଚନା କରିବା ପରେ ଏପରି ଥେରାପିକୁ ବ୍ୟବହାର କରିବା ଭଲ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।