Categories: ରାୟଗଡା

ମ୍ୟୁନିସିପାଲିଟି ପକ୍ଷରୁ ଚଢ଼ାଉ: ଲକ୍ଷାଧିକ ଟଙ୍କାର ପଲିଥିନ ଜବତ

କୋରାପୁଟ,୧୬/୭(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଲିଥିନ ଜବତ ହୋଇଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ସହରର ବସଷ୍ଟାଣ୍ଡ ଓ ଅମଲକୁଟୀର ଅଞ୍ଚଳରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଲିଥିନ ସାମଗ୍ରୀ ଜବତ କରାଯାଇଛି । ପରେ ଏହି ସାମଗ୍ରୀକୁ ପୋଡ଼ି ଦିଆଯାଇଛି।