ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ମ୍ୟୁନିସସିପାଲିଟି ପକ୍ଷରୁ ଚାଲିଥିତ୍ବା ଜବରଦଖଲ ଉଚ୍ଛେଦ ଅଭିଯାନକ୍ରମରେ ଶନିବାର ସହରର ପାଟଣା ହୋଟେଲ ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପାଖ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପଟେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ସରକାରୀ ଜମିରେ ତିଆରି ହୋଇଥିତ୍ବା ଦୋକାନ ବଜାର, ହୋଟେଲ ଓ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି ା ଜେସିଭି ମେଶିନ୍‌ରେ ଶନିବାର ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା ା ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ ଓ ତହସିଲଦାର ଲଲାଟ ଲୁହା ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା ା ଉଚ୍ଛେଦ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଭେଣ୍ଡିଂଜୋନ୍‌ ସ୍ଥାପନ କରାଯିବ ବୋଲି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦୀପ କହିଛନ୍ତି ା ଉଚ୍ଛେଦ ସ୍ଥାନରେ ଦୋକାନ ବଜାର କରି ପେଟପାଟଣା ଚଳାଉଥିତ୍ବା ଲୋକଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ଉଚ୍ଛେଦର ଶିକାର ହୋଇଥିତ୍ବା ଦୋକାନୀ ଓ ଲୋକେ ଦାବି କରିଛନ୍ତି ା