ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ ୮ ଟାରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳା ଭୋଟ ଗ୍ରହଣ କେନ୍ଦ୍ରରେ ଆରମ୍ଭ ୯ଟା ସୁଦ୍ଧା ଭୋଟ ଗଣତି ଆରମ୍ଭ ହୋଇନାହିଁ। ତେବେ ଏହାର କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବାରିପଦା ଭୋଟ ଗଣତି କେନ୍ଦ୍ରରେ ଜଳଖିଆ ବଣ୍ଟନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ କର୍ମଚାରୀମାନଙ୍କୁ ଜଳଖିଆ ବଣ୍ଟନ ହେଉଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Share