ମୟୂରଭଞ୍ଜର ୫ ବୁଥ୍‌ରେ ଚାଲିଛି ସାନି ମତଦାନ

ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍‌ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍‌-ଭୁଗୁଡ଼ାକଟା, ୧୯ନଂ ବୁଥ୍‌-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର ବୁଥ୍‌ ନଂ-୨୪୮-ଅଠାପଡ଼ା, ବଡ଼ସାହି ବ୍ଲକର ୧୬୬ନଂ ବୁଥ୍‌-ଖନୁଆ(୨) ଏବଂ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନମଣ୍ଡଳୀର ୧୦୪ନଂ ବୁଥ୍‌-କଖାରୁଷୋଳରେ ସାନି ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ। ତେବେ ବୁଥ୍‌ଗୁଡ଼ିକରେ ଶାନ୍ତିଶୃଙ୍ଖଳାରେ ମତଦାନ କରାଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯାଇଛି।

Share