ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି।
ଏହି ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରିପଦା, ବାଙ୍ଗିରିପୋଷି, ମୋରଡା, ସାରସକଣା, ଯଶିପୁର, ରାଇରଙ୍ଗପୁର, କରଞ୍ଜିଆ, ବଡସାହି ଓ ଉଦଳା ଆସନର ଫଳାଫଳ ପ୍ରକାଶ ପାଇଛି। ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ବାରିପଦା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସରୋଜିନୀ ହେମ୍ବ୍ରମଙ୍କୁ ପରାସ୍ତ କରିଛନ୍ତି। ସାରସକଣା ବିଧାନସଭା ଆସନରେ ଭାଜପାର ଡା. ବୁଢାନ ମୁର୍ମୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଅମରସିଂ ଟୁଡୁଙ୍କୁ ହରାଇ ବିଜୟ ହାସଲ କରିଛନ୍ତି। ଯଶିପୁର ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଗଣେଶରାମ ସିଂ ଖୁଣ୍ଟିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଗୋଲକ ନାୟକଙ୍କୁ ପରାସ୍ତ କରିଛନ୍ତି। ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ନବ ଚରଣ ମାଝୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ପରାସ୍ତ କରିଛନ୍ତି। ବଡସାହି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସନାତନ ବିଜୁଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବୃନ୍ଦାବନ ଦାସଙ୍କୁ ପରାସ୍ତ କରିଛନ୍ତି। ଉଦଳା ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଭାସ୍କର ମଢେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଶ୍ରୀନାଥ ସୋରେନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କେନ୍ଦୁଝର ଲୋକ ସଭା କ୍ଷେତ୍ର ଅଧୀନ ମୟୂରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁଙ୍କୁ ହରାଇ ଜିତାପଟ ହାସଲ କରିଥିବା ଜଣାପଡିଛି। ତେବେ ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ବାଙ୍ଗିରିପୋଷି ଆସନରେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁଗୁଦା ମୁର୍ମୁ ଏବଂ ମୋରଡା ଆସନରେ ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି।

Share