ବାରିପଦା ଅଫିସ,୧୨।୬: ମୟୂରଭଞ୍ଜ ଜିଲାରେ ଶୁକ୍ରବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ଶୁଳିଆପଦା ବ୍ଳକର। ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେମାନେ ବାହାର ରାଜ୍ୟରୁ ଆସିବା ପରେ ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଥିଲେ। ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ସ୍ବାବ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଚିକିତ୍ସା ଲାଗି ବାଙ୍କିଶୋଳସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଜିଲାରେ ଚିହ୍ନଟ ହୋଇଥିବା ୯୯ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଜଣ ଚିକିତ୍ସାଧିନ ଅଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ