Advertisement

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ ଉପଲବ୍ଧ। ନିକଟରେ ଆଉ ଏକ ଉପାୟ ଦ୍ୱାରା ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏ ସମ୍ପର୍କରେ ଆମେରିକାର କାଲିଫର୍ନିଆ ୟୁନିଭର୍ସିଟିର ଯକ୍ଷ୍ମା ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଗବେଷଣା ସମୟରେ ସେମାନେ ମନୁଷ୍ୟ କୋଷ (ସେଲ୍‌) ଉପରେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏହି ସମୟରେ ସେମାନେ ଆଇଏନ୍‌ଆଇସିଟି ନାମକ ଏକ ସେଲ୍‌ ପାଇଥିଲେ। ଏହାକୁ ସଂକ୍ଷେପରେ ସେମାନେ ‘ଟି ସେଲ୍‌’ ନାମରେ ନାମିତ କରିଛନ୍ତି। ଯଦି ଏହି ସେଲ୍‌ ସକ୍ରିୟ ରହେ ତେବେ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅନେକାଂଶରେ କମ୍‌ ଥାଏ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share