ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଗଣୁଆ ଗ୍ରାମର ବାସୁ ନାଏକ (୫୫) ବୋଲି ଜଣାପଡିଛି ।
ଥାନାଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ, ବାସୁ ନିଜ ଭଉଣୀ ଘର ପୁରୁଣାଡିହି ଗ୍ରାମରେ ରହୁଥିଲେ । ସେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଶନିବାର ତାଙ୍କ ମୃତଦେହ କାଲିମାଟି ଗ୍ରାମ ଦୋଳମଣ୍ଡପ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି ।