Categories: ଯାଜପୁର

ଯକ୍ଷ୍ମା ରୋଗ ଚିହ୍ନଟ, ନିରାକରଣ ଉପରେ ସଚେତନତା ଆବଶ୍ୟକ

କାଳିଆପାଣି,୧।୮(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ ପକ୍ଷରୁ ବୁଧବାର ଯକ୍ଷ୍ମା ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣି ନିଗମ ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରାଙ୍କ ପ୍ରଚେଷ୍ଟାରେ କାଳିଆପାଣି ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ କମ୍ୟୁନିଟି ହଲ୍‌ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶାସନିକ ଅଧିକାରୀ ଲକ୍ଷ୍ମଣ ହାଁସଦାଙ୍କ ସଭାପତିତ୍ୱରେ ଯାଜପୁର ଜିଲା ଯକ୍ଷ୍ମା ସଚେତନତା ସଂଯୋଜକ ମାନସ ରଞ୍ଜନ ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନ ଜିଲା ସଂଯୋଜକ ସୁରେନ୍ଦ୍ର କୁମାର ମିଶ୍ର, ଖଣି ନିଗମ ଡା. ବିଶ୍ୱରଞ୍ଜନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଯକ୍ଷ୍ମା ଏକ ବାୟୁ ଜନିତ ସଂକ୍ରମିତ ରୋଗ ହୋଇଥିବାରୁ ବାୟୁମଣ୍ଡଳରେ ଏହି ଜିବାଣୁ ପ୍ରବାହିତ ହୋଇ ରୋଗ ସୃଷ୍ଟି କରିଥାଏ। ଏହାର ଚିହ୍ନଟ ଓ ନିରାକରଣ ଉପରେ ସଚେତନତା ଆବଶ୍ୟକ। ଏହା କରା ନ ଗଲେ ଆଗାମୀଦିନରେ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଏଥିସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଏକ ଯକ୍ଷ୍ମାମୁକ୍ତ ରାଷ୍ଟ୍ର ଗଠନରେ ସହଯୋଗ କରିବା ପାଇଁ ଶପଥପାଠ କରାଇଥିଲେ । ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଯକ୍ଷ୍ମା ଉପରେ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଛି। ନିଗମର ସହ ପ୍ରଶାସନିକ ଅଧିକାରୀ ଆଶ୍ରିତ ଖାଖା ପରିଚାଳନାରେ ସହଯୋଗ କରିଥିଲେ । ଖଣି ନିଗମ ସିଏସ୍‌ଆର ଅଧିକାରୀ ମଧୁସ୍ମିତା ଦାସ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।