ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ

ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ ବାଟ କାଟି ପଶିଯିବେ ବୋଲି ଦୁଇ ପାଖରେ ଥୁଆ ହୋଇଛି ପଥର ା ନାଲି ଅଳତାରେ ଗୋଟିଏ ବିସ୍କୁଟ ପେଟିର ଖଣ୍ଡେ ମଲାଟ ଫଳକରେ ଲେଖା ଅଛି ଭିତରକୁ ପ୍ରବେଶ ମନା ା
ଗାଁଠାରୁ ସାମାନ୍ୟ ଦୂରତାରେ ଏଭଳି ଫାଟକ ସମସ୍ତଙ୍କ ପରି ମୋତେ ବି ଅଟକାଇ ଦେଲା ା ଛୁଟିରେ ସହରଠାରୁ ଦୂର ଗୋଟେ ଆଦିବାସୀ ଗାଁରେ ଏଇ ଚିତ୍ର ଚକିତ କଲା ା ପ୍ରତିବର୍ଷ ଡାଲି ପାଇଁ ଏକକାଳୀନ କାନ୍ଦୁଲ କିଣି ଆସୁଥିବାର ଅଭ୍ୟାସ ମୋତେ ସେହି ଗାଁକୁ ଟାଣି ଆଣିଥିଲା ା ପ୍ରତିଶ୍ରୁତି ପରେ ବି କାଳେ କୌଣସି ବେପାରୀ କିଣି ନେଇଯିବାର ଲୋଭ ଲକ୍‌ଡାଉନ୍‌ରେ ବି ପଦାକୁ ଗୋଡ ବାହାର କରିବାର ଦୁଃସାହସ କରିବାକୁ ପଡିଥିଲା ା ପୂର୍ବ ପରିଚିତି ହେତୁ ସେଇ ଗାଁ ସହ ଭାବଗତ ସମ୍ପର୍କ ଭଲ ା କାନ୍ଦୁଲ ପାଇଁ ବରାଦ କରିଥିବା ସେଇ ଗାଁର ଗୋଟେ ପରିବାର ଦୀର୍ଘ ବର୍ଷ ଧରି ବର୍ଷତମାମ ଲାଗି ଆବଶ୍ୟକ କାନ୍ଦୁଲ ଯୋଗାଇ ଆସୁଛି ା ଅଥଚ ଲୋଭ ଓ ମୋହରେ ମାୟା ହୋଇ ମଣିଷ ବାୟା ହେବାକୁ ପଡୁଛି ା କିନ୍ତୁ ଗାଁରେ ଫାଟକ ଓ ଫାଟକରେ ଲେଖାଥିବା ସୂଚନା ଅବଶ୍ୟ ଚୈତନ୍ୟ ଉଦୟ ଲାଗି ଯଥେଷ୍ଟ ହୋଇପଡିଥିଲା ା ତଥାପି କିଛି ଗାଁର ଲୋକ ଫାଟକ ସେପଟୁ ଗାଡିର ଶବ୍ଦ ଶୁଣି ଚାଲି ଆସିଲେ ା ବାଇକ ରଖି ଠିଆ ହୋଇଥିବା ପରିଚିତ ମଣିଷକୁ ଦେଖି ଗାଁ ଲୋକର ଅନୁରୋଧ ‘ଆଜ୍ଞା! ଗାଁ ଭିତରକୁ ଆସନ୍ତୁ ନାହିଁ ା କାହାକୁ ବି ଗାଁ ଭିତରକୁ ପୂରେଇ ଦେଉନୁ ା ଗାଁରୁ ବି କାହାକୁ ଯିବାକୁ ଦେଉନୁ ା’ ସେଥି ଭିତରୁ ଜଣେ କହିଲା ”ଆଜ୍ଞା! କିମିତି ପଦାକୁ ବାହାରି କି ଇଠିକି ଆସିଲ ! ତୁମେ ଜାଣିନ କି ଆଜ୍ଞା ଘରୁ ପଦାକୁ ବାହାରିବାର ନାହିଁ ବୋଲି ା ଟିଭି ରେଡିଓରେ ଏତେ କଥା ସରକାର କହୁଛନ୍ତି ା ହେଲେ ତୁମେ କିମିତି ଆଇଲ ଆଜ୍ଞା !“
ଏମିତି କଥାରେ ହଡବଡେଇ ଯାଇ ତା’ର ପ୍ରତ୍ୟୁତ୍ତର କ’ଣ ଦେବି ଚିନ୍ତା କଲାବେଳକୁ ଆଉ ଜଣେ କହିଲା ‘ଆଜ୍ଞା! ଖରାପ ଭାବିବେନି ା ଗାଁ ଭିତରକୁ ଆସିବେନି ା ଆନ୍ଧ୍ରକୁ କାମକୁ ଯାଇଥିବା ଆମ ଗାଁର ପିଲାମାନଙ୍କୁ ବି ଆମେ ଗାଁରେ ପୂରେଇ ଦେଉନୁ ା ସେମାନେ ସ୍କୁଲ ଘରେ ରହୁଛନ୍ତି ା ଏଇ କରୋନା ଗାନ୍ଦିକା ତୁଟିଲେ ଆସିବେ !’
ସିଧା ସିଧା ଫେରିଯିବାର ବାଟ ଦେଖେଇଦେଲା ଯେମିତି ା କାନ୍ଦୁଲ ପାଇଁ ଆସିଥିବାର ଉଦ୍ଦେଶ୍ୟ କହି ଅଧିକ ଅପମାନିତ ହେବାକୁ ଇଚ୍ଛା ହେଲାନି ା
ନିପଟ ଆଦିବାସୀ ଗାଁରେ କରୋନାକୁ ନେଇ ଏତେ ସର୍ତକତା ଅବଲମ୍ବନ ଯଦିଓ ଜୀବନତମାମ ସେମାନେ ସଂଗରୋଧରେ ରହି ଆସୁଛନ୍ତିି ା ବାହାର ଦୁନିଆ ସହିତ ମିଶିବା ସେମାନଙ୍କ ଅଭ୍ୟାସ ନୁହଁ ା
ବେଳ ବାହାରିବାର ଢେର ପୂର୍ବରୁ ନିଜର ଘର ଛାଡୁଥିବା ଆଦିବାସୀ ଦିନ ତମାମ ଡଙ୍ଗର, କୁପୁଲି ଭିତରେ ଖଟିଲାବେଳେ ସମୟ ସରିଯାଏ ା ତାକୁ ଆହୁରି ସମୟ ନିଅଣ୍ଟ ପଡେ ା ନିଜର ନିତ୍ୟକର୍ମ ସାରି ଗାଁକୁ ଫେରିଲା ବେଳକୁ ମୁହଁ ସଞ୍ଜ ହୋଇଯାଏ ା
ରାତି ପାଇଁ ହଜିଯାଏ ା ରାତିରେ ମଜ୍ଜିଯାଏ ନିଜ ନିଜ ଭିତରେ ା ଦିନତମାମର ଖଟଣି ଓ ନାଚଗୀତର ଆସର ଭିତରେ ନିଦ କେତେବେଳେ ମାଡି ଆସେ ଜାଣିପାରେନା ା ଦିନତମାମ ଗାଁରେ ଖାଲି ବୁଢ଼ୀବୁଢ଼ା ଓ ଛୋଟ ଛୁଆ ା ବାହାର ଦୁନିଆକୁ ଯିବାର ଆବଶ୍ୟକତା ବି ବିଶେଷ ଲୋଡେନି କେବେ ା ବାଡି ବଗିଚାରେ ଢେର ପରିବା ା ମାଣ୍ଡିଆ ଜାଉ ା ଶାଗ ପଖାଳ ଲୁଣ ଲଙ୍କା ଭିତରେ ସୁଖୀ ମଣିଷ ଭାବେ ବର୍ଷ ବର୍ଷ ଧରି ବଞ୍ଚତ୍ ଆସିଛି ା ସାପ୍ତାହିକ ହାଟରୁ ଥରେ କିଣାକିଣି କରିଦେଲେ ତେଣିକି ତେଲଲୁଣର ଦୁନିଆ ପାଇଁ ଚନ୍ତା ନାହିଁ ଆଉ କିଛି ା ସଭ୍ୟ ସମାଜ ଭଳି ନିତି ନୂଆ ନୂଆ ପୋଷାକ ବି ଖୋଜେନି ା ଜାନିଯାତରେ ନୂଆ ବସ୍ତ୍ରଟି ହୋଇଗଲେ ଯଥେଷ୍ଟ ା
ସଂଗରୋଧରେ ରହି ଆସିଛି ସେ ବର୍ଷ ବର୍ଷ ଧରି ା
ପ୍ରକୃତି ସହିତ ବଞ୍ଚତ୍ଛି ା ପ୍ରକୃତିର କାରକମାନଙ୍କ ସହ ଯୁଝିଛି ା ଟାଇଁ ଟାଇଁ ଖରା, ଢୁ ଢୁ ବର୍ଷା ଆଉ ହାଡ ଭଙ୍ଗା ଶୀତକୁ ତା’ର ଖାତିର ନାହିଁ ା ରୋଗ ବଇରାଗରେ ସଂଘର୍ଷ କରିଛି ା ଆୟୁର୍ବେଦ ଉପରେ ଢେର ଭରସା କରି ଜିଇଛି ା ସାଧାରଣ ମଣିଷଠାରୁ ନିଜ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବେଶି ବୋଲି ପ୍ରମାଣିତ କରିଛି ା ସହରୀ ସଭ୍ୟତାଠାରୁ ଦୂରରେ ଏବଂ ସର୍ବ ନିମ୍ନ ଆବଶ୍ୟକତା ଭିତରେ ବି ମଣିଷ ସୁଖରେ ବଞ୍ଚତ୍ ହେବ ଏକଥାକୁ ଯୁଗେ ଯୁଗେ ପ୍ରମାଣିତ କରି ଆସିଛନ୍ତି ସେମାନେ ା
ଆମର ଆଶା ଅଧିକ ା ଲୋଭ ବହୁତ ା ଇଚ୍ଛା ଅପାର ା ତାକୁ ମେଣ୍ଟାଇବାର ଭୋକରେ ଆମେ ପ୍ରବଳ ଆଗ୍ରହୀ ା ସୁତରାଂ ଆମେ ଏକାନ୍ତରେ ନିଜକୁ ନିଜେ ଚିହ୍ନିବାର ଅବକାଶ ଦେଇପାରୁନୁ ା ନିଜ ଲୋକଙ୍କ ସୁଖ ଭିତରେ ବାଣ୍ଟି ହେବାର ସ୍ବପ୍ନ ଦେଖିନୁ ା ନିତି ଆଦିବାସୀ ନିଜକୁ ନିଜେ ଭେଟେ ସବୁବେଳେ ପ୍ରକୃତିର କୋଳରେ ା ନିଜ ଶକ୍ତି ସାମର୍ଥ୍ୟକୁ ଆକଳନ କରିପାରେ ସହଜରେ ା
ସୁଖ ଓ ଦୁଃଖକୁ ବାଣ୍ଟେ ନିଜ ଗୋଷ୍ଠୀ ଭିତରେ ା
ଏତେସବୁ ବିବିଧତା ଭିତରେ ବି କରୋନାର ମୁକାବିଲା ଲାଗି ସେମାନେ ଗ୍ରହଣ କରିଛନ୍ତି ଯଥାର୍ଥ ପଦକ୍ଷେପ ା କରୋନା ବିରୋଧରେ ଲଢିବା ଲାଗି ଗାଁ ସାମ୍ନାରେ ଫାଟକ ଲଗେଇ ଦେଶର ସଚ୍ଚା ସିପାହିର ଭୂମିକା ନିର୍ବାହ କରିଛନ୍ତି ା ବେଶି ସମୟ ରହି ନିଜକୁ ଅପମାନିତ କରାଇବା ଅପେକ୍ଷା ଘର ଭିତରେ ଶାନ୍ତି ଓ ସୁଖରେ ରହିବା ଯଥାର୍ଥ ବୋଲି ମନେକରି ବାଇକକୁ ପଛ ମୁହଁା କଲି ା ଏତିିକିବେଳେ ତଥାକଥିତ ଆଦିବାସୀ ମୁରବି କହିଲେ – ‘ଆଜ୍ଞା !
ତୁଇ କାନ୍ଦୁଲ ପାଇଁ ମୋ ପାଖକୁ ତନ୍ଦରା ହୋଇ ଆସିଥିଲୁ ଜାଣିଲି ା ହେଲେ ତୁଇ ଡରୁନା ା କରୋନା ଡର ତୁଟିଗଲେ ମୁଇ କାନ୍ଦୁଲ ନେଇ ତୋ ଘରେ ଖେଟେଇ ଦେଇ ଆଇବି ା’ ଯେଉଁ କଥାକୁ ଲୁଚାଇ ବଞ୍ଚିଥିବା ସମ୍ମାନକୁ ଧରି ଫେରିବି ବୋଲି ଭାବୁଥିଲି, ସେତକ ବି ଶେଷରେ ପର୍ଦାଫାଶ ହୋଇସାରିଥିବାରୁ ଅଗତ୍ୟା ସେଠାରେ ନ ରହି ବାଇକ ଷ୍ଟାର୍ଟ କରି ଫେରିଲି ବାଟେ ବାଟେ ା କିନ୍ତୁ ସମସ୍ତ ବାରଣ ସତ୍ତ୍ୱେ ବିଭିନ୍ନ ଆଳରେ ପଦାକୁ ବାହାରି ବିପଦକୁ ଆମନ୍ତ୍ରଣ କରୁଥିବା ଶିକ୍ଷିତମାନଙ୍କଠାରୁ ନିପଟ ଆଦିବାସୀ ମଣିଷ ଯଥାର୍ଥରେ ଶିକ୍ଷିତ ବୋଲି ଏଇ ମରମ କଥାକୁ ବୁଝିବାକୁ ଅସୁବିଧା ନ ଥିଲା କିଛି ା

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ- ୯୫୫୬୨୮୭୭୭୫