Categories: ଜାତୀୟ

ଯଦି ବାବ୍ରୀ ମସ୍‌ଜିଦ ବେଆଇନ, ଆଡଭାନୀଙ୍କ ବିରୋଧରେ ମାମଲା ଚାଲିଛି କାହିଁକି

ହାଇଦ୍ରାବାଦ,୧୧ା୧୧: ଯଦି ବାବ୍ରୀ ମସ୍‌ଜିଦ ବେଆଇନ ଥିଲା,ତେବେ ଏହାକୁ ଭାଙ୍ଗିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଓ ଅନ୍ୟମାନଙ୍କ ବିରୋଧରେ କ’ଣ ପାଇଁ ମାମଲାର ବିଚାର ଚାଲିଛି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି ପ୍ରଶ୍ନ କରିଛନ୍ତି। ଯଦି ବାବ୍ରୀ ମସ୍‌ଜିଦ ଆଇନସମ୍ମତ, ତେବେ ଏହାକୁ ଭାଙ୍ଗିଥିବା ଲୋକଙ୍କ ହାତରେ ଜମି ଟେକିଦିଆଗଲା କିପରି, ତାହା ସେ ଜାଣିବାକୁ ଚାହିଁଛନ୍ତି। ସୁପ୍ରିମକୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ ନ ହେବାର ଏହା ହେଉଛି ମୂଳ ପ୍ରଶ୍ନ ବୋଲି ଏକ ସାଧାରଣ ସଭାରେ ଓଓ୍ବାଇସି କହିଛନ୍ତି।

Share