ଯଦି ଶାହରୁଖ ରାଜି ହୋଇଥାଆନ୍ତେ..

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’କୁ। ଅନିଲ କପୁରଙ୍କ ଅଭିନୀତ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। କିନ୍ତୁ ଏହାର କଳାକାର ଚୟନ ସମୟରେ ଏହି ଭୂମିକା ପାଇଁ ଆଉ ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। ଏପରି କି ତାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏଥିରେ ଅଭିନୟ କରିବାକୁ ରାଜି ହୋଇ ନ ଥିଲେ। ସେ କିଏ ଥିଲେ ଜାଣନ୍ତି? ଶାହରୁଖ ଖଁ।। ସେ ମନାକରିବା ପରେ ଅନିଲଙ୍କୁ ଅଫର ଦିଆଯାଇଥିଲା ଏବଂ ସେ ଏ ନେଇ ଗ୍ରୀନ୍‌ ସିଗ୍‌ନାଲ ଦେଖାଇଥିଲେ। ଯଦି ଶାହରୁଖ ଏଥିରେ ଅଭିନୟ କରିବାକୁ ରାଜି ହୋଇଥାଆନ୍ତେ ତେବେ ତାଙ୍କ କ୍ୟାରିୟରରେ ଏହି ଫିଲ୍ମଟି ଆଉ ଏକ ହିଟ୍‌ ସିନେମା ଭାବେ ଅନ୍ତର୍ଭୁକ୍ତ ହୋଇଥାଆନ୍ତା। ଡ୍ୟାନି ବୋଲେଙ୍କ ନିର୍ଦ୍ଦେଶିତ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’ ୨୦୦୮ରେ ରିଲିଜ ହୋଇଥିଲା। ଅନିଲଙ୍କ ବ୍ୟତୀତ ଏହି ଫିଲ୍ମରେ ଦେବ୍‌ ପଟେଲ, ଫ୍ରିଡା ପିଣ୍ଟୋ ଏବଂ ଇରଫାନ୍‌ ଖଁ। ଅଭିନୟ କରିଥିଲେ।

Share