କାଲିଫର୍ନିଆରେ ଥିବା ମେଡ୍ଟେକ୍ କମ୍ପାନୀ ଅଧୀନ ମାୟୋସାଇନ୍ସ ନାମକ ସଂସ୍ଥାର ଗବେଷକମାନେ ଏକ ଆୟୋଭେରା-ସି କ୍ରାୟୋଆନାଲଜେସିଆ ଡିଭାଇସ ପ୍ରସ୍ତୁତ କରିଛନ୍ତି। ଏହା ଯନ୍ତ୍ରଣା ଲାଘବ କରିବାରେ ଅନେକାଂଶରେ ସହାୟକ ହୋଇପାରିବ। ବିଶେଷଭାବରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କ୍ଷେତ୍ରରେ ଏହା ଉପକାରୀ ସାବ୍ୟସ୍ତ ହେବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ଡିଭାଇସ୍କୁ ଯନ୍ତ୍ରଣା ସ୍ଥାନରେ ବାନ୍ଧିବା ପରେ ସେଥିରେ ସଂଯୁକ୍ତ ସୂକ୍ଷ୍ମ ଛୁଞ୍ଚତ୍ କାମ କରିବା ଆରମ୍ଭ କରିଥାଏ। ଯନ୍ତ୍ରଣା ଦ୍ୱାରା ଆକ୍ରାନ୍ତ ସ୍ନାୟୁଗୁଡିକ ଚାରିପଟରେ ଏକ ଥଣ୍ଡା ବଳୟ ସୃଷ୍ଟି କରିଥାଏ। ତା’ପରେ ଛୁଞ୍ଚତ୍ରେ ଥିବା ଔଷଧୀୟ ଗୁଣ ଯନ୍ତ୍ରଣା ଲାଘବ କରିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।